ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନୟ ଦୁନିଆରେ ପାଦ ଥାପିଲେ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା। ରିଲିଜ ହେଲା ପ୍ରଥମ ସର୍ଟ ଫିଲ୍ମ।

ବଲିଉଡ୍‌ ବାଦଶାହ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନାଙ୍କ ବଲିଉଡ୍‌ ଏଣ୍ଟ୍ରୀ ନେଇ ଅନକ ଖବର ଶୁଣିବାକୁ ମିଳିୁଛି। ଏହାରି ଭିତରେ ସୁହାନା ଅଭିନୟ ଦୁନିଆରେ ପାଦ ଥାପି ସାରିଛନ୍ତି। ଗତ ନଭେମ୍ବର ୧୭ରେ ସୁହାନାଙ୍କ ପ୍ରଥମ ସର୍ଟ ଫିଲ୍ମ ରିଲିଜ ହୋଇଯାଇଛି। ଏହାପରେ ସୁହାନାଙ୍କ ବଲିଉଡ୍‌ରେ ଡେବ୍ୟୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଗତ ନଭେମ୍ବର ୧୭ରେ ସୁହାନାଙ୍କ ପ୍ରଥମ ସର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ୍‌ ବ୍ଲ୍ୟୁ’ ରିଲିଜ ହୋଇଯାଇଛି। ଏହା ଏକ ଇଂରାଜୀ ସର୍ଟ ଫିଲ୍ମ। ଏହି ଫିଲ୍ମ ଜରିଆରେ ନିଜ ଅଭିନୟର ପରିଚୟ ଦେଇଛନ୍ତି ସୁହାନା। ୧୦ ମିନିଟ୍‌ର ଏହି ସର୍ଟ ଫିଲ୍ମରେ ସୁହାନା ଭଲ ଅଭିନୟ କରିବା ପାଇଁ ପ୍ରୟାସ କରିଛନ୍ତି।

ଫିଲ୍ମରେ ସୁହାନା ଏବଂ ରବିନ ଗୋଲ୍ଡ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ଏହି ଦୁଇଜଣ କପଲ ରୋଲ୍‌ରେ ଅଭିନୟ କରିଥିବା ବେଳେ ଏକ ରୋଡ୍‌ ଟ୍ରିପ୍‌ ସୋମନଙ୍କ ରିଲେସନସିପ୍‌ରେ କିଭଳି ପରିବର୍ତ୍ତନ ଆଣିଛି ତାହା ଦର୍ଶାଯାଇଛି। ଏହି ଫିଲ୍ମକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଗୋଟେପଟେ ସୋସିଆଲ ମିଡିଆରେ ମଧ୍ୟ ସୁହଶନାଙ୍କ ପ୍ରଶଂସକ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ତାଙ୍କର ବଲିଉଡ୍ରେ ଏଣ୍ଟ୍ରୀ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। କିଛି ଦିନ ତଲେ ଅଭିନେତ୍ରୀ ଶାବାନା ଆଜ୍‌ମୀ ସୁହାନାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରିଥିଲେ। ବର୍ତ୍ତମାନ ସୁହାନା ନ୍ୟୁୟର୍କରେ ଅଭିନୟ ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଏଣ୍ଟ୍ରୀ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

Comment