ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିଟାଲ ପେମେଣ୍ଟରେ ଶୀର୍ଷରେ ରହିଛି ଭାରତ। ପ୍ରତି ମାସରେ ଭାରତରେ ୧,୮୦୦ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ୟୁପିଆଇ ଜରିଆରେ ହେଉଛି। ୨୦୨୫ ଜୁନ ମାସରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଥିବା ରେକର୍ଡ ହୋଇଛି, ଯାହାକି ୨୦୨୪ ଜୁନରେ ହୋଇଥିବା କାରବାର ତୁଳନାରେ ୩୨ ପ୍ରତିଶତ ଅଧିକ ରହିଛି।
ଭାରତରେ ହେଉଥିବା ଡିଜିଟାଲ୍ ପେମେଣ୍ଟଗୁଡ଼ିକ ମଧ୍ୟରୁ ୮୫ ପ୍ରତିଶତ ୟୁପିଆଇ ଜରିଆରେ ହେଉଛି। ସେହିପରି ବିଶ୍ୱରେ ହେଉଥିବା ରିୟଲ ଟାଇମ ଟ୍ରାଞ୍ଜାକ୍ସନର ପ୍ରାୟ ୫୦ ପ୍ରତିଶତ ୟୁପିଆଇ ଦ୍ୱାରା ହେଉଛି।
୪୯ କୋଟିରୁ ଅଧିକ ଲୋକ, ସାଢ଼େ ୬ କୋଟି ବ୍ୟବସାୟୀ ଏବଂ ୬୭୫ ବ୍ୟାଙ୍କ ଏହି ଏକକ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ୟୁପିଆଇର ସୀମା କେବଳ ଭାରତରେ ସୀମିତ ହୋଇ ରହିନାହିଁ। ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ୍ରେ ମଧ୍ୟ ଏହା ବ୍ୟବହୃତ ହେଉଛି।
Tags: #UPITransaction #India #DigitalIndia



















