ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ତେବେ ମନକୁ ପ୍ରଶ୍ନ ଆସେ ବ୍ୟାଘ୍ର ଦିବସ କେବେଠୁ ଓ କାହିଁକି ପାଳନ କରାଯାଉଛି?
କ୍ରମାଗତ ଭାବେ ବାଘ ସଂଖ୍ୟା ହ୍ରାସ ପାଉଛି। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ସହିତ ବିଲୁପ୍ତ ହେବାରୁ ରୋକିବା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି।
୨୦୧୦ ମସିହାରେ ରୁଷର ସେଣ୍ଟ ପିଟର୍ସବର୍ଗଠାରେ ଆୟୋଜିତ ଶିଖର ସମ୍ମିଳନୀରେ ଏହି ଦିବସ ପାଳନ ପାଇଁ ଘୋଷଣା ହୋଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିଲେ। ଏହି ଅବସରରେ ୨୦୨୦ ମସିହା ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେବେଠାରୁ ଏହି ଦିବସ ପାଳନ କରାଯାଉଛି।
ଅନ୍ୟପଟେ ସାରା ବିଶ୍ୱରେ ଥିବା ବାଘଙ୍କ ମଧ୍ୟରୁ ୭୦ ପ୍ରତିଶତ ଭାରତରେ ଅଛନ୍ତି। ବ୍ୟାଘ୍ର ସଂରକ୍ଷଣ ପାଇଁ ୧୯୭୩ ମସିହାରେ ଭାରତ ସରକାର ‘ପ୍ରୋଜେକ୍ଟ ଟାଇଗର୍’ ଆରମ୍ଭ କରିଥିଲେ।
Tags: #InternationalTigerDay #Tiger #BigCatsMatter #TigerConservation #ProtectTigers #SaveTigers #GlobalTigerDay


















