ଓଡ଼ିଶାଲାଇଭ୍ ବ୍ୟୁରୋ

ଟେକ୍ନୋଲୋଜି ଜଗତରେ ଭାରତ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଥମ ଥର ପାଇଁ ଚୀନକୁ ପଛରେ ପକାଇ ଆମେରିକାର ସର୍ବବୃହତ ସ୍ମାର୍ଟଫୋନ ଯୋଗାଣକାରୀ ପାଲଟିଛି ଭାରତ।

ଗତ ୩ ମାସ ମଧ୍ୟରେ, ଆମେରିକା ଆମଦାନୀ କରିଥିବା ସ୍ମାର୍ଟଫୋନରେ ଭାରତର ଅଂଶ ୪୪ ପ୍ରତିଶତ ରହିଛି, ଯାହାକି ଗତବର୍ଷ ମାତ୍ର ୧୩ ପ୍ରତିଶତ ରହିଥିଲା। ପୂର୍ବରୁ ଚୀନର ଅଂଶ ୬୧ ପ୍ରତିଶତ ରହିଥିବାବେଳେ ବର୍ତ୍ତମାନ ୨୫ ପ୍ରତିଶତକୁ ଖସିଛି। ସେହିପରି ଆମେରିକାରେ ବିକ୍ରି ହେଉଥିବା ୭୮ ପ୍ରତିଶତ ଆଇଫୋନ ହେଉଛି ‘ମେଡ ଇନ ଇଣ୍ଡିଆ’।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଅଗଷ୍ଟ ୧ ତାରିଖରୁ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟାରିଫ ଘୋଷଣା କରିଛନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ଏହି ଟାରିଫରୁ ବାଦ ପଡ଼ିଛି ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟ ଇଲେକ୍ଟ୍ରିକ ସାମଗ୍ରୀ।

Tags: #US #India #SmartPhone #iphone

Comment