ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେ ସମସ୍ତେ ଜାଣିଥିବା ପୃଥିବୀରେ ଜଳରୁ ୯୭ ଭାଗ ହେଉଛି ସମୁଦ୍ରର ଲୁଣି ପାଣି, ମାତ୍ର ୩ ପ୍ରତିଶତ ମଧୁର ଜଳ। ସେହି ମଧୁର ଜଳର ଦୁଇ-ତୃତୀୟାଂଶ ପୃଥିବୀର ୨ ମେରୁରେ ରହିଥିବାବେଳେ ବାକି ସବୁ ଭୂ-ପୃଷ୍ଠ, ନଦୀ ତଥା ହ୍ରଦରେ ରହିଛି। ତେବେ ଆପଣ ଜାଣିଛନ୍ତି କି ଏମିତି ଏକ ହ୍ରଦ, ଯେଉଁଥିରେ ରହିଛି ପୃଥିବୀର ସର୍ବାଧିକ ମଧୁର ଜଳ?
ରୁଷର ବୈକାଲ ହ୍ରଦ, ପୃଥିବୀର ଗଭୀରତମ ହ୍ରଦ। ୬୩୬ କିଲୋମିଟର ଲମ୍ଭର ବୈକାଲ ହ୍ରଦର ସର୍ବାଧିକ ଗଭୀରତା ୧୬୪୨ ମିଟର। ପ୍ରାୟ ୩୨ ହଜାର ବର୍ଗ କିଲୋମିଟର ବିଶିଷ୍ଟ ଏହି ହ୍ରଦରେ ପୃଥିବୀ ପୃଷ୍ଠରେ ଥିବା ୨୦ ପ୍ରତିଶତ ମଧୁର ଜଳ ରହିଛି।
ଜୈବ-ବିବିଧତାରେ ପରିପୂର୍ଣ୍ଣ ବୈକାଲ ହ୍ରଦର ଉତ୍ପତି ହିମାଳୟ ପର୍ବତମାଳା ଗଠନର ବହୁ ପୂର୍ବରୁ ହୋଇଥିଲା, ଏଥିପାଇଁ ବୈକାଲକୁ ପୃଥିବୀର ସର୍ବ-ପୁରାତନ ହ୍ରଦ ମଧ୍ୟ କୁହାଯାଏ।
Tags: #LakeBaikal #FreshWater #Russia

















