ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ୨ ଦିନ ପାଇଁ ରୁଷିଆ ଗସ୍ତ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଅନେକ ଦିଗରୁ ତାଙ୍କର ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଜୟଶଙ୍କର ତାଙ୍କର ଏହି ୨ ଦିନିଆ ଗସ୍ତ ସମୟରେ ନିଜ ରୁଷିଆ ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀ ସରଗେୟ ଲାବରୋଭଙ୍କ ସହ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସେ ଭାରତ- ରୁଷ ଅନ୍ତର୍ଦ୍ଦେଶୀୟ ବାଣିଜ୍ୟ, ସାଂସ୍କୃତିକ ଓ ବୈଜ୍ଞାନିକ ପରିଷଦର ବୈଠକରେ ଯୋଗଦେବେ।

 ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ସେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ବାବଦରେ ଆଲୋଚନା କରିପାରନ୍ତି ବୋଲି ଜଣାପଡ଼ିଛି।

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷତା ନୀତି ଅବଲମ୍ବନ କରିଆସୁଛି। ତେବେ ଦ୍ଵିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ଆହ୍ଵାନ ଦେଇ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ସେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ପାଇଁ ମଧ୍ୟସ୍ଥତା କରିବା ନେଇ ଦୁଇ ଦେଶ ନିକଟକୁ ପ୍ରସ୍ତାବ ପଠାଇଛନ୍ତି।

ଜୟଶଙ୍କରଙ୍କ ଏହି ଗସ୍ତ ସମୟରେ ଏ ବାବଦରେ କ’ଣ ଆଲୋଚନା କରିବେ ତାକୁ ନେଇ ସମଗ୍ର ବିଶ୍ଵ ସମୁଦାୟ ଅବଲୋକନ କରୁଛନ୍ତି । ଭାରତ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସମାପ୍ତି ଦିଗରେ ଏକ ବଡ଼ ଭୂମିକା ତୁଲାଇପାରିବ ବୋଲି ସମସ୍ତେ ଆଶା କରିଛନ୍ତି।

Tags: #SJaishankar #MinistryOfExternalAffairs #Russia #TwoDayVisit # #RussiaUkrainWar #Odisha

Comment