ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନ୍ ଉପରେ ରୁଷ୍ ମିସାଇଲ୍ ମାଡ଼ ଜାରିରହିଛି। ଏହାରି ଭିତରେ ରୁଷର ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁଛି। ସୀମା ଡେଇ ପୋଲାଣ୍ଡରେ ରୁଷର ମିସାଇଲ୍ ମାଡ଼ ହୋଇଥିବା ସୂଚନା ମିଳିଛି। ମିସାଇଲ୍ ମାଡ଼ରେ ପୋଲାଣ୍ଡର ୨ ନାଗରିକଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ନାଟୋ ସହଯୋଗୀ ରାଷ୍ଟ୍ର ପୋଲାଣ୍ଡର ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଘଟଣା ପରେ ପୋଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ରେଡ୍ ଆଲର୍ଟ ଜାରି କରିଛି। ଏହାସହ ସେନାକୁ ପ୍ରସ୍ତୁତ ରହିବାକୁ ପୋଲାଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନାଟୋ ରାଷ୍ଟ୍ର ପୋଲାଣ୍ଡ ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଇଣ୍ଡୋନେସିଆରେ ଚାଲିଥିବା ଜି-୭ ବୈଠକରେ ନାଟୋ ରାଷ୍ଟ୍ରମୁଖ୍ୟଙ୍କ ସହ ବାଇଡେନ୍ ଆଲୋଚନା କରିଛନ୍ତି। ପୋଲାଣ୍ଡ ଉପରେ ରୁଷ୍‌ର ମିସାଇଲ୍ ଆକ୍ରମଣକୁ ଆମେରିକା ଗୁରୁତର ସହ ନେଇଛି। ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ପୋଲାଣ୍ଡ ସ୍ଥିତି ଉପରେ ନାଟୋ ନଜର ରଖିଛି।

ରୁଷର ଏପରି କାର୍ଯ୍ୟକଳାପକୁ ଦୃଢ଼ ଭାବେ ନିନ୍ଦା କରିବା ସହ ସମସ୍ତ ପରିସ୍ଥିତିରେ ଆମେରିକା ନାଟୋ ରାଷ୍ଟ୍ରଙ୍କ ସହ ଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି। ଏହାସହ ଯୁଦ୍ଧ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଗତ କିଛି ଦିନରେ ୟୁକ୍ରେନ ଉପରେ ହେଉଥିବା ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ବାଇଡେନ୍ କହିଛନ୍ତି।

ସେପଟେ, ମିସାଇଲ୍ ୟୁକ୍ରେନ୍ ସୀମା ଡେଇଁବା କଥାକୁ ରୁଷ ଖଣ୍ଡନ କରିଛି। ୟୁକ୍ରେନ୍ ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ହୋଇନଥିବା ରୁଷ କହିଛି। ପୋଲାଣ୍ଡରେ ମିସାଇଲ୍ ମାଡ଼ ସହ ରୁଷର କୌଣସି ସମ୍ପର୍କ ନାହିଁ ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡରେଜ୍ ଡୁଡାଙ୍କୁ ଭେଟି ଆମେରିକା ରାଷ୍ଟ୍ରପତି ଘଟଣା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ଗତ ଫେବୃଆରୀ ମାସରୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି। ଯେଉଁଥିରେ ଉଭୟ ରାଷ୍ଟ୍ରର ଶତାଧିକ ଲୋକଙ୍କ ମୃତ୍ୟୁ ପରେ ବି ଥମିନି ଯୁଦ୍ଧର ଏହି ବିଭୀଷିକା।

Tags: #RussianUkraineWar #Poland #MissileHitPoland #2Death #JoeBiden #NATO

Comment