ଓଡ଼ିଶାଲାଇଭ୍ ବ୍ୟୁରୋ
ପୃଥିବୀର ସବୁଠାରୁ ଲମ୍ବା ମାଟିବନ୍ଧ ଓଡ଼ିଶାରେ ରହିଛି। ଏହା କେବଳ ବନ୍ୟା ନିୟନ୍ତ୍ରଣ କରୁନାହିଁ, ବରଂ କୋଟି କୋଟି ଲୋକଙ୍କୁ ପାଣି ଏବଂ ବିଦ୍ୟୁତ ଯୋଗାଉଛି। ଏହା ହେଉଛି ସମ୍ବଲପୁରରେ ମହାନଦୀ ଉପରେ ଥିବା ହୀରାକୁଦ ଡ୍ୟାମ।
ହୀରାକୁଦ ଡ୍ୟାମର ଲମ୍ବ ୨୫ କିଲୋମିଟରରୁ ବି ଅଧିକ। ୧୯୫୭ ମସିହାରେ ନିର୍ମିତ ଏହି ଡ୍ୟାମ ସ୍ଵାଧୀନ ଭାରତର ଅନ୍ୟତମ ବୃହତ ଭିତ୍ତିଭୂମି ପ୍ରକଳ୍ପ ଥିଲା। ସେତେବେଳେ ପ୍ରାୟ ୧୦୦ କୋଟି ଟଙ୍କା ବଜେଟରେ ଏହାର ନିର୍ମାଣ କରାଯାଇଥିଲା।
ମହାନଦୀ ନଦୀରେ ଏହି ବନ୍ଧ ନିର୍ମାଣ ହେବାରୁ ପୂର୍ବରୁ ଓଡ଼ିଶାରେ ଯେପରି ଭୟଙ୍କର ବନ୍ୟା ଆସୁଥିଲା, ସେଗୁଡ଼ିକୁ ନିୟନ୍ତ୍ରଣ କରିବାରେ ବହୁତ ସହାୟକ ହେଲା। ୭୫୦ ବର୍ଗ କିଲୋମିଟରରେ ବ୍ୟାପ୍ତ ହୀରାକୁଦ ଆଜି ଓଡ଼ିଶାରେ ଚାଷ କାର୍ଯ୍ୟ ପାଇଁ ପାଣିର ଏକ ପ୍ରମୁଖ ଉତ୍ସ। ଏହାସହ ହୀରାକୁଦ ବନ୍ଧରୁ ୩୫୦ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦିତ ହେଉଛି।
Tags: #HirakudDam #LongestEarthenDam #Odisha















