ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବୁଧବାର ଅପରାହ୍ଣ ୪ଟାରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି।

ହୀରାକୁଦ ଜଳଭଣ୍ଡାରର ଉଭୟ ବାମ ଏବଂ ଦକ୍ଷିଣ ପାର୍ଶ୍ଵର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି। ବୁଧବାର ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ ରହିଥିଲା।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଏହା ପୂର୍ବରୁ ଗତ ଜୁଲାଇ ୨୨ ତାରିଖରେ ହୀରାକୁଦର ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଗତ ଅଗଷ୍ଟ ୫ ତାରିଖ ସୁଦ୍ଧା ୧୭ଟି ଗେଟ୍ ଖୋଲାଯାଇଥିଲା। ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରୁ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।

Tags: #hirakuddam #hirakuddamgate #rainfallwarning #odisha

Comment