ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜ ଖୋଲିଛି ଛତିଶଗଡ଼। କଲମା ବ୍ୟାରେଜର ସମସ୍ତ ୬୪ ଟି ଗେଟ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି।

ଶୁକ୍ରବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିଭଳି ୨୯ହଜାର ୭୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି।

କଲମା ଗେଟ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଉପରମୁଣ୍ଡରେ ଯଦି ଏଭଳି ବର୍ଷା ଲାଗି ରୁହେ, ତେବେ ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାର ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବା ଆଶଙ୍କା କରାଯାଇଛି।

Tags:: #Chhatisgarh #KalmaBarrage #Hirakud

Comment