ଓଡ଼ିଶାଲାଇଭ୍ ବ୍ୟୁରୋ

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ମଙ୍ଗଳବାର ଦିନ ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ରବିବାର ଦିନ ୫ଟି ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଥିଲା। ସୋମବାର ଦିନ ଆଉ ୩ଟି ଗେଟ୍ ଖୋଲିଥିଲା।

ଏବେ ବାମପଟୁ ୮ଟି ଏବଂ ଡାହାଣ ପଟୁ ୪ଟି ଗେଟ୍ ଖୋଲାଯାଇଛି। ରବିବାର ଦିନ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯିବା ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ୪ଟି ଗେଟ୍ ଖୋଲାଯାଇଥିଲା। ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ଜଳସ୍ତର ୬୧୪.୦୬ ଫୁଟ ରହିଛି। ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୦ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜଳ ନିଷ୍କାସନ ପୂର୍ବରୁ ତଳମୁଣ୍ଡରେ ଥିବା ମହାନଦୀ ଏବଂ ତା’ର ଶାଖାନଦୀ ଅବବାହିକାରେ ଥିବା ୧୩ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଥିଲା। ଅନ୍ୟ ପଟେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଲାଗି କୁହାଯାଇଛି।

Tags: #HirakudDam #HirakudDamGate #FloodWater #FiveGate

Comment