ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି। ଫଳରେ ଶନିବାର ଦିନ ହୀରାକୁଦର ଆଉ ୧୬ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏହା ପୂର୍ବରୁ ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇଥିଲା।

ଶନିବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୯୭ ଫୁଟ ଥିଲା। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୪ ହଜାର ୯୮୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୯୪ ହଜାର ୪୫ କ୍ୟୁସେକ ଜଳ।

ପୂର୍ବରୁ ଜଳ ନିଷ୍କାସନ ପାଇଁ ଖୋଲାଥିବା ସମସ୍ତ ଗେଟକୁ ବୁଧବାର ଦିନ ବନ୍ଦ କରାଯାଇଥିଲା।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ଗୁରୁବାର ଦିନ ବାମ ପାର୍ଶ୍ଵର ୪ଟି ଏବଂ ଡାହାଣ ପାର୍ଶ୍ଵର ୨ଟି ଗେଟ୍ ଖୋଲାଯାଇଥିଲା। ଶନିବାର ଦିନ ପୁଣି ୧୬ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଲେ ଆହୁରି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି। ପୂର୍ବରୁ ଜଳ ନିଷ୍କାସନ ପାଇଁ ଖୋଲାଯାଇଥିବା ସମସ୍ତ ଗେଟକୁ ବୁଧବାର ଦିନ ବନ୍ଦ କରାଯାଇଥିଲା।

Tags: #Hirakud #gate #odisha #waterrelease

Comment