ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା ହେଉଥିବାରୁ ବଢ଼ିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଫଳରେ ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପୂର୍ବରୁ ଜଳ ନିଷ୍କାସନ ପାଇଁ ଖୋଲାଥିବା ସମସ୍ତ ଗେଟକୁ ବୁଧବାର ଦିନ ବନ୍ଦ କରାଯାଇଥିଲା।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାକୁ ଲାଗିଛି। ଫଳରେ ଗୁରୁବାର ଦିନ ବାମ ପାର୍ଶ୍ଵର ୪ଟି ଏବଂ ଡାହାଣ ପାର୍ଶ୍ଵର ୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଛି।

ଏହା ପୂର୍ବରୁ ଲଗାଣ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ପର୍ଯ୍ୟାୟ କ୍ରମେ ମୋଟ ୨୬ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା। କିନ୍ତୁ ବର୍ଷା କମିଥିବାରୁ ବୁଧବାର ସୁଦ୍ଧା ପର୍ଯ୍ୟାୟ କ୍ରମେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା

Tags: #Hirakud #gate #odisha #waterrelease

LEAVE A REPLY

Please enter your comment!
Please enter your name here