ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଶନିବାର ଦିନ ହୀରାକୁଦର ପୁଣି ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୨୬ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଡ୍ୟାମର ବାମ ପାର୍ଶ୍ଵର ୧୬ଟି ଏବଂ ଦକ୍ଷିଣ ପାର୍ଶ୍ଵର ୧୦ଟି ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଉଛି। ଏହା ପୂର୍ବରୁ ଶୁକ୍ରବାର ଦିନ ୮ଟି ଗେଟ୍ ଖୋଲାଯାଇଥିବାବେଳେ ଗୁରୁବାର ଦିନ ୧୨ଟି ଏବଂ ବୁଧବାର ଦିନ ୨ ଗେଟ୍ ଖୋଲାଯାଇଥିଲା।

ପୂର୍ବରୁ ଗତ ଜୁଲାଇ ୨୨ ତାରିଖରେ ହୀରାକୁଦର ୫ଟି ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହା ପରେ ପର୍ଯ୍ୟାୟ କ୍ରମେ ଗତ ଅଗଷ୍ଟ ୫ ତାରିଖ ସୁଦ୍ଧା ୧୭ଟି ଗେଟ୍ ଖୋଲାଯାଇଥିଲା। ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାରୁ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା।

Tags: #Hirakud #gate #odisha #waterrelease

Comment