ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ସମସ୍ତ ଗେଟ୍ ବନ୍ଦ କରାଯାଇଛି।

ଲଗାଣ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ପର୍ଯ୍ୟାୟ କ୍ରମେ ମୋଟ ୨୬ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା।

ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ କରାଯାଇ ୧୦ଟି ଗେଟରେ ପାଣି ଛଡ଼ାଯାଉଥିଲା।

ଏହା ପୂର୍ବରୁ ରବିବାର ଦିନ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଥିବାବେଳେ ସୋମବାର ଦିନ ଆଉ ୮ଟି ଗେଟ୍ ବନ୍ଦ କରାଯାଇଥିଲା।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ଶନିବାର ଦିନ ହୀରାକୁଦର ୪ଟି ଗେଟ୍ ଖୋଲାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ୮ଟି, ଗୁରୁବାର ଦିନ ୧୨ଟି ଏବଂ ବୁଧବାର ଦିନ ୨ ଗେଟ୍ ଖୋଲା ଯାଇଥିଲା।

Tags: #Hirakud #gate #odisha #waterrelease

Comment