ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀର ଉପରମୁଣ୍ଡରେ ବର୍ଷା କମିଥିବାରୁ ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ଏହା ପୂର୍ବରୁ ରବିବାର ଦିନ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଥିବାବେଳେ ସୋମବାର ଦିନ ଆଉ ୮ଟି ଗେଟ୍ ବନ୍ଦ କରାଯାଇଥିଲା।

ଲଗାଣ ବର୍ଷା ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ପର୍ଯ୍ୟାୟ କ୍ରମେ ୨୬ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିଲା।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ଶନିବାର ଦିନ ହୀରାକୁଦର ୪ଟି ଗେଟ୍ ଖୋଲାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ୮ଟି ଗେଟ୍ ଖୋଲା ଯାଇଥିବାବେଳେ ଗୁରୁବାର ଦିନ ୧୨ଟି ଏବଂ ବୁଧବାର ଦିନ ୨ ଗେଟ୍ ଖୋଲାଯାଇଥିଲା।

Tags: #Hirakud #gate #odisha #waterrelease

LEAVE A REPLY

Please enter your comment!
Please enter your name here