ଓଡ଼ିଶାଲାଇଭ୍ ବ୍ୟୁରୋ

ଉପରମୁଣ୍ଡରେ ବର୍ଷା କମିଥିବାରୁ ବୁଧବାର ଦିନ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବିଢ଼ିବାରୁ ଶନିବାର ଦିନ ୧୬ଟି ଗେଟ ଖୋଲା ଯାଇଥିଲା। ଏହା ପୂର୍ବରୁ ଗୁରୁବାର ଦିନ ୬ଟି ଗେଟ୍ ଖୋଲା ଯାଇଥିଲା। ମୋଟ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା।

ବର୍ଷା କମିବାରୁ ସୋମବାର ଦିନ ୧୦ଟି ଗେଟ୍ ବନ୍ଦ କରାଯାଇଥିଲା। ପରେ ମଙ୍ଗଳବାର ଦିନ ୮ଟି ଗେଟ୍ ବନ୍ଦ କରାଯାଇଥିବାବେଳେ ବୁଧବାର ଦିନ ଆଉ ଦୁଇଟି ଗେଟ୍ ବନ୍ଦ କରାଯାଇଛି।

Tags: #Hirakud #gate #odisha #waterrelease

LEAVE A REPLY

Please enter your comment!
Please enter your name here