ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୮ଟି ଗେଟ୍। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ।

ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ରବିବାର ଦିନ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଥିଲା। ସୋମବାର ଦିନ ଆଉ ୮ଟି ଗେଟ୍ ବନ୍ଦ କରାଯାଇଛି। ଜଳ ନିଷ୍କାସନ ପାଇଁ ଖୋଲାଯାଇଥିଲା ମୋଟ ୨୬ଟି ଗେଟ। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରୁ ଶନିବାର ଦିନ ହୀରାକୁଦର ୪ଟି ଗେଟ୍ ଖୋଲାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ୮ଟି, ଗୁରୁବାର ଦିନ ୧୨ଟି ଏବଂ ବୁଧବାର ଦିନ ୨ ଗେଟ୍ ଖୋଲାଯାଇଥିଲା।

Tags: #Hirakud #gate #odisha #waterrelease

LEAVE A REPLY

Please enter your comment!
Please enter your name here