ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୨୩ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ। ସକାଳ ୯ଟାରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ ଗେଟ୍ ଖୋଲାଯିବ। ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବ ନା ଗେଟ୍ ବନ୍ଦ କରାଯିବ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶନିବାର ଦିନ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚରଣ ସାହୁ।

ଗେଟ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ସକାଳ ସାଢ଼େ ୮ଟା ପୂର୍ବରୁ ପୂଜାର୍ଚ୍ଚାନ କରାଯାଇ ୯ଟା ବେଳକୁ ହୀରାକୁଦ ଡ୍ୟାମର ୫ଟି ଗେଟ୍ ଖୋଲାଯିବ। ପ୍ରତି ସେକେଣ୍ଡରରେ ୭୫ ହଜାରରୁ ଅଧିକ କ୍ୟୁସେକ୍ ଜଳ ନିଷ୍କାସିତ ହେବ। ତଳମୁଣ୍ଡରେ ବନ୍ୟା ହେବାର ସମ୍ଭାବନା ନଥିବା ମୁଖ୍ୟଯନ୍ତ୍ରୀ କହିଛନ୍ତି।

Tags: #HirakudDam #HirakudDamGate #FloodWater

Comment