ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ଅପେକ୍ଷା ପରେ ଭାରତ ଏବଂ ଚୀନର ସମ୍ପର୍କରେ ନୂଆ ଉଡ଼ାଣ ଭରିବାକୁ ଯାଉଛି। ପାଞ୍ଚ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ ସେବା।

ଅକ୍ଟୋବର ଶେଷ ସପ୍ତାହରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା କହିଛି ବୈଦେଶିକ ମନ୍ତ୍ରାଳୟ।

ଅକ୍ଟୋବର ୨୬ ତାରିଖରେ କୋଲକାତାରୁ ଚୀନର ‘ଗୁଆଙ୍ଗଜୋ’କୁ ବିମାନ ଉଡ଼ାଇବ ଇଣ୍ଡିଗୋ। ପରେ ଦିଲ୍ଲୀରୁ ‘ଗୁଆଙ୍ଗଜୋ’କୁ ସିଧାସଳଖ ବିମାନ ଚଳାଚଳ ହେବ। ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଘୋଷଣା କରାଯାଇଛି।

କରୋନା ମହାମାରୀ ଓ ଏହାପରେ ଗଲଓ୍ଵାନ ଘାଟିରେ ସେନା ସଂଘର୍ଷ ଯୋଗୁଁ ୨୦୨୦ ମସିହାରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ବନ୍ଦ ରହିଥିଲା।

Tags: #FlightService #India #China #IndiGoAirlines

Comment