ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୫ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଶରୀର ବିଜ୍ଞାନ ଓ ମେଡିସିନ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ପୁରସ୍କାର ପାଇଁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।

ସେମାନେ ହେଉଛନ୍ତି ଆମେରିକାର ବୈଜ୍ଞାନିକ ମେରୀ ବ୍ରୁଙ୍କୋ ଓ ଫ୍ରେଡ୍ ରାମ୍ସଡେଲ ଏବଂ ଜାପାନର ବୈଜ୍ଞାନିକ ସାଇମନ୍ ସାକାଗୁଚି।

ଶରୀରରେ ରୋଗ ପ୍ରତିରୋଧକ ବ୍ୟବସ୍ଥା ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର ପାଇଁ ସେମାନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ।

ଡିସେମ୍ବର ୧୦ ତାରିଖ ଆଲଫ୍ରେଡ୍ ନୋବେଲଙ୍କ ତିରୋଧାନ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୧ ନିୟୁତ ସ୍ଵିଡିସ୍ କ୍ରୋନାର ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ ସାଢ଼େ ୧୦ କୋଟି ଟଙ୍କା ସହ ନୋବେଲ ଡିପ୍ଲୋମା ଓ ମେଡାଲ୍ ପ୍ରଦାନ କରାଯିବ।

୨୦୨୪ରେ ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଆମେରିକୀୟ ବୈଜ୍ଞାନିକ ଡିକ୍ଟୋ ଆମ୍ବ୍ରୋସ ଏବଂ ଗ୍ୟାରି ରଭକୁନ ନୋବେଲ ପୁରସ୍କା ପାଇଥିଲେ।

Tags: #NobelPrize2025 #Medicine #Physiology

Comment