ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଗୃହ ନିର୍ମାଣ, ଲେଆଉଟ ପ୍ଲାନ ଅନୁମୋଦନ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ନୂଆ ପଦକ୍ଷେପ। ଏଣିକି ପ୍ରତି ମାସର ପ୍ରଥମ ଶନିବାର ଦିନ ଏଥିପାଇଁ ହେବ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର।
ଗୃହ ନିର୍ମାଣ ପ୍ଲାନିଂ ପାଇଁ ଆବେଦନ କରିଥିବା ବ୍ୟକ୍ତି ବା ଅନୁଷ୍ଠାନର ଯଦି କୌଣସି ସମସ୍ୟା ଥାଏ କିମ୍ବା କୌଣସି କାରଣରୁ ସେମାନଙ୍କର ପ୍ଲାନ ଅନୁମୋଦନ କରାଯାଇନଥାଏ, ତେବେ ସେମାନେ ବିଏମ୍ସି ମୁଖ୍ୟାଳୟ ପ୍ଲାନିଂ ଉପବିଭାଗରେ ମାସର ପ୍ରଥମ ଶନିବାର ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିରରେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ନିଜ ସମସ୍ୟା ସମ୍ପର୍କରେ ଜଣାଇପାରିବେ।
ଅଭିଯୋଗ ଶୁଣାଣି ଶିବିରରେ ବିଏମସି କମିଶନରଙ୍କ ସହ ବିଏମସିର ବରିଷ୍ଠ ଅଧିକାରୀ, ପ୍ଲାନିଂ ଉପବିଭାଗର ଅଧିକାରୀ ଉପସ୍ଥିତ ରହି ସମସ୍ୟାର ସମୀକ୍ଷା କରିବେ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ବିଏମସି କର୍ତ୍ତୃପକ୍ଷ କହିଛନ୍ତି।
Tags: #BMC #BuildingPlan #SpecialGrievance

















