ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ନଭେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ମେଳା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୩୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି।

ଏଠାରେ ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ ଓ ଗ୍ରାମୀଣ ଉତ୍ପାଦର ପ୍ରଦର୍ଶନ ଗ୍ରହକଙ୍କୁ ଆକର୍ଷିତ କରିପାରିଛି। ସନ୍ଧ୍ୟାରେ ଜମୁଛି ପାରମ୍ପରିକ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର। ଏଥିସହ ଦେଶର ୧୧ଟି ଅନ୍ୟାନ୍ୟ ରାଜ୍ୟ ଯଥା ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, ଆସାମ, ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ଗୋଆରୁ ନିମନ୍ତ୍ରିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ରାଜ୍ୟର ଉତ୍କୃଷ୍ଟ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି।

ଏହି ମେଳା କେବଳ ବ୍ୟବସାୟ ନୁହେଁ ବରଂ ନାରୀମାନଙ୍କର ଆତ୍ମବିଶ୍ୱାସ, ସଫଳତା ଓ ସାମାଜିକ ସଶକ୍ତୀକରଣର ଏକ ବଳିଷ୍ଠ ଉଦାହରଣ।

Tags: #SubhadraShaktiMela #MissionShakti #EmpoweredWomen #EmpoweredOdisha

Comment