ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁବାଇରେ ଏୟାର ସୋ’ ବେଳେ ଜଳିଗଲା ଭାରତୀୟ ବାୟୁସେନାର ସ୍ଵଦେଶୀ ଲଢ଼ୁଆ ବିମାନ ‘ତେଜସ୍’। ଦୁବାଇର ଅଲ ମକତୁମ ଏୟାରପୋର୍ଟରେ ଆୟୋଜିତ ଏୟାର ସୋ’ ସମୟରେ ଏହି ଦୁର୍ଘଟଣା ଘଟିଛି।

ଏୟାର ସୋ’ ପ୍ରଦର୍ଶନ କରିବା ସମୟରେ ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲା। କେହି କିଛି ବୁଝିବା ପୂର୍ବରୁ ହୁତୁହୁତୁ ହୋଇ ଜଳି ଯାଇଥିଲା ଯୁଦ୍ଧ ବିମାନ ତେଜସ୍। ଏହି ଦୁର୍ଘଣାରେ ପାଇଲଟ ନମାନ୍ସ ସ୍ୟାଲଙ୍କର ମୃତ୍ୟୁ ହୋଇଛି। ଏ ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି।

ଏୟାର ସୋ’କୁ ଉପଭୋଗ କରୁଥିବା ଲୋକେ ହଠାତ ଏହି ଦୃଶ୍ୟଦେଖି ସ୍ତବ୍ଧ ହୋଇଯାଇଥିଲେ। ନିଜ ନିଜ ସ୍ଥାନରୁ ଉଠି ଚିତ୍କାର କରି ଉଠିଥିଲେ। ଦୁର୍ଘଟଣା ସମୟର ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।

ଲଢ଼ୁଆ ବିମାନ ତେଜସ୍ ଦୁର୍ଘଟଣା ହେବାରେ ଏହା ଦ୍ଵିତୀୟ ଘଟଣା। ଏହା ପୂର୍ବରୁ ୨୦୨୪ ମାର୍ଚ୍ଚ ମାସରେ ରାଜସ୍ଥାନର ଜୈସଲମେର ନିକଟରେ ପ୍ରଥମ ଦୁର୍ଘଟଣା ହୋଇଥିଲା।

Tags: #DubaiAirShow #TejasJetCrash #FighterJet #India

Comment