ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନନ୍ଦନ ପାକିସ୍ତାନର ଲଢୁଆ ବିମାନ ଏଫ-୧୬କୁ ଉଡ଼ାଇ ଏବେ ସାରାଦେଶରେ ପରିଚିତ ।ଏହାଭିତରେ ଅଭିନନ୍ଦନ ପାକିସ୍ତାନ ସୀମାରେ ଇଜେକ୍ଟ ହେବାର ଠିକ୍ କିଛି ସମୟ ପୂର୍ବର ଯେଉଁ ମେସେଜ ପଠାଇଥିଲେ ତାହା ଏବେ ସାମ୍ନାକୁ ଆସିଛି।
ମିଡିଆ ରିପୋର୍ଟ ଅନୁସାରେ ଅଭିନନ୍ଦନଙ୍କ ଶେଷ ମେସେଜ ଥିଲା କି, ‘R-73 ସିଲେକ୍ଟ କଲି।’ ଏହି ମେସେଜର ଅର୍ଥ ଥିଲା କି ସେ ଆକାଶରେ ଶତ୍ରୁ ସହ ଲଢିପାରୁଥିବା vympel R-73 ମିସାଇଲକୁ ଫାୟାର କରିଦେଇଛନ୍ତି।
vympel R-73 ମିସାଇଲ ମାଧ୍ୟମରେ ଅଭିନନ୍ଦନ ପାକିସ୍ତାନର ଏଫ୧୬ ଫାଇଟର ଜେଟକୁ ନଷ୍ଟ କରିପାରିଥିଲେ। ମାତ୍ର ଆଜି ଯାଏଁ ପାକିସ୍ତାନ ଏହି କଥାକୁ ସ୍ୱୀକାର କରୁନାହିଁ ଯେ ଭାରତ ତା ବିମାନକୁ ନଷ୍ଟ କରିଛି।
ଅଭିନନ୍ଦନ ଭାରତର MIG-21 ଫାଇଟର ଜେଟର ପାଇଲଟ ଥିଲେ। ଏହି ଜେଟରୁ ହିଁ ସେ ପାକିସ୍ତାନର ଫାଇଟର ଜେଟକୁ ଉଡ଼ାଇଦେଇଥିଲେ। କିନ୍ତୁ ଆକ୍ରମଣ କରିବା ପରେ ଅଭିନନ୍ଦନଙ୍କ ଜେଟ ବି କ୍ରାସ ହୋଇଥିଲା। ଯାହାପରେ ସେ ପାରାସୁଟ ସାହାଯ୍ୟରେ ପିଓକେରେ ପହଞ୍ଚିଥିଲେ ଏବଂ ସେହିଠାରୁ ପାକିସ୍ତାନ ସେନା ତାଙ୍କୁ ନିଜ କବଜାକୁ ନେଇଥିଲେ। ପାକିସ୍ତାନରେ ପାଖାପାଖି ୬୦ଘଣ୍ଟା ରହିବା ପରେ ଭାରତର ଲଢୁଆ ପୁଅ ସୁରକ୍ଷିତ ଭାବେ ସ୍ୱଦେଶ ଫେରିଥିଲେ।


















