ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶୀ ନୃତ୍ୟ ଜଗତର ଜଣେ ଜଣାଶୁଣା ତଥା ପ୍ରତିଷ୍ଠିତ ଚେହେରା ହେଉଛନ୍ତି ଗୁରୁ ସଙ୍ଗୀତା ଦାଶ। ୮୦ ଓ ୯୦ ଦଶକର ଚଳଚ୍ଚିତ୍ରରେ ସେ ଚମତ୍କାର ଅଭିନୟ କରିଛନ୍ତି। ପରେ ଓଡ଼ିଶୀ ନୃତ୍ୟ ସାଧନାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପି ଦେଇଛନ୍ତି ସଙ୍ଗୀତା ଦାଶ।

ଓଡ଼ିଶାରୁ ଆରମ୍ଭ କରି ପୁଡୁଚେରୀ ଆଶ୍ରମ ଯାଏଁ, ସେ ଆଜି ଅନେକ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ପିଲାଦିନରୁ ଓଡ଼ିଶୀ ପ୍ରତି ତାଙ୍କର ଆକର୍ଷଣ, ବିଶିଷ୍ଟ ଗୁରୁ ଦେବପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣର ଅନୁଭୂତି, ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ସଫଳ ଅଭିନୟ ଯାତ୍ରାର ଅନୁଭୂତି ସେ କହିଛନ୍ତି।

ଗୁରୁ ସଙ୍ଗୀତା ଦାଶଙ୍କ ଜୀବନର ଅନେକ ଅକୁହା କାହାଣୀ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର।

Tags: #GuruSangeetaDash #OdissiDance #Ketekatha

Comment