ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ସଙ୍ଗୀତ ଅନିବାର୍ଯ୍ୟ।

ଓଡ଼ିଶୀ ସଙ୍ଗୀତ ଅତ୍ୟନ୍ତ ମଧୁର ଏବଂ ଶୃଙ୍ଖଳିତ ଭାବେ ପରିବେଷିତ। ଏହି ସଙ୍ଗୀତର ଧାରା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତଠାରୁ ସ୍ଵତନ୍ତ୍ର। ଓଡ଼ିଶୀ ସଙ୍ଗୀତ ଲାଗି ବଡ଼ ଖୋରାକ ହୋଇଛି ଆମର ଶାସ୍ତ୍ରୀୟ ସାହିତ୍ୟ।

କବି ସମ୍ରାଟଙ୍କ ଛାନ୍ଦ ଓ ଚମ୍ପୂଠାରୁ ଜୟଦେବଙ୍କ ଗୀତଗୋବିନ୍ଦ ଓଡ଼ିଶୀ ସଙ୍ଗୀତକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇପାରିଛି ବୋଲି କହିଛନ୍ତି ଓଡ଼ିଶୀ ସଙ୍ଗୀତର ଜଣେ ଜଣାଶୁଣା ଗୁରୁ ଓ ଓଡ଼ିଶାର ପରିଚିତ ଗାୟକ ଗୁରୁ ରାମହରି ଦାସ। ଦେଖନ୍ତୁ ଭିଡିଓ…

Tags: #OdissiMusic #OdissiCulture #OdissiDance #GuruRamahariDas

LEAVE A REPLY

Please enter your comment!
Please enter your name here