ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ଲଗାଣ ବର୍ଷା ଲୋକଙ୍କୁ କଲବଲ କରୁଛି। ବନ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ବେଳେ ରାଜଧାନୀ ପାଟନାର ସ୍ଥିତି ସବୁଠୁ ସଙ୍ଗୀନ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଏହି ବନ୍ୟା ପ୍ରକୋପରୁ ବର୍ତ୍ତି ପାରିନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ମୋଦୀ ନୀତିଶଙ୍କୁ କହିଛନ୍ତି।BIHAR FLOOD

ଏନଡିଆର୍‌ଏଫ୍‌ ଟିମ୍‌ ପାଟନାରୁ ପ୍ରାୟ ୪ ହଜାର ଲୋକଙ୍କ ସ୍ଥାନାନ୍ତର କରିଛି। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାରଠାରୁ ବିହାରରେ ଏହି ସ୍ଥିତି ଲାଗି ରହିଛି। ଗଙ୍ଗା ଓ ଏହାର ଶାଖାନଦୀଗୁଡ଼ିକ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଅନ୍ୟପଟେ ଆଜିଠୁ ବିହାରରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

LEAVE A REPLY

Please enter your comment!
Please enter your name here