ଓଡ଼ିଶାଲାଇଭ୍ ବ୍ୟୁରୋ

ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍‌ରେ ଘରକୁ ସଜ୍ଜିତ କରିଥା’ନ୍ତି। ତେବେ ଦୀପାବଳିରେ ଆତସବାଜି କାରଣରୁ ଅଗ୍ନିକାଣ୍ଡ ଘଟି ଦୁର୍ଘଟଣା ହେବାର ଆଶଙ୍କା ଥାଏ। ଧନଜୀବନ ପ୍ରତି ଅନେକ ବିପଦ ଥାଏ। ତେଣୁ ଏହି ଉତ୍ସବକୁ କିଭଳି ସତର୍କତାର ସହ ଓ ସୁରକ୍ଷିତ ଭାବେ ପାଳନ କରିବେ ସେ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅତ୍ୟାଧୁନିକ ବର୍ଣ୍ଣ ସେଂଟର ପକ୍ଷରୁ ୨୪ ଘଂଟିଆ ସେବା ପ୍ରଦାନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ହସ୍ପିଟାଲ୍‌ର ବର୍ଣ୍ଣ ସେଣ୍ଟର ପକ୍ଷରୁ ସତର୍କ ସୂଚନା

ବାଣଗୁଡ଼ିକୁ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନରୁ କିଣିବା ଆବଶ୍ୟକ।

ବାଣ ଫୁଟାଇବା ସମୟରେ ପିଲାମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ଆବଶ୍ୟକ।

ଆତସବାଜିଗୁଡ଼ିକୁ ଘର ବାହାରେ ବା ଖୋଲା ସ୍ଥାନରେ ରଖିବା ସହିତ ପେଟ୍ରୋଲ୍, କିରୋସିନ୍‌ ଓ ଗ୍ୟାସ ସିଲିଣ୍ଡର ଆଦି ବିସ୍ଫୋରକ ପଦାର୍ଥଠାରୁ ଦୂରେଇ ରଖିବା।

ବାଣ ଫୁଟାଇବା ସମୟରେ ହାଲକା ସୁତା ପୋଷାକ ପରିଧାନ ସହିତ ପାଦରେ ଯୋତା ପିନ୍ଧିବା।

ବାଣକୁ ହାତରେ ଧରି ନ ଫୁଟାଇବା।

ପାଖରେ କୁଣ୍ଡ କିମ୍ବା ବାଲ୍ଟିରେ ପାଣି ପୂର୍ଣ୍ଣ କରି ରଖିବା।

ଦରଫୁଟା ବାଣକୁ ନ ଫୁଟାଇ ପାଣି ପକାଇ ଦିଅନ୍ତୁ।

ଦୁର୍ଘଟଣାରେ ଯଦି କୌଣସି ଅଙ୍ଗରେ ନିଆଁ ଲାଗିଯାଇଥାଏ ତୁରନ୍ତ ପୋଡ଼ା ସ୍ଥାନକୁ ଧୋଇଦେବେ।

କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ସମ୍ ହସ୍ପିଟାଲ୍‌ର ସୋଆ ବର୍ଣ୍ଣ ଓ ସ୍କିନ୍ ବ୍ୟାଙ୍କ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ବିଶେଷ ବିବରଣୀ ଓ ଯୋଗାଯୋଗ ପାଇଁ ୮୫୯୮୯୫୯୭୪୪ ଓ  ୮୫୯୮୯୫୯୭୧୫ ନମ୍ବରକୁ କଲ୍‌ କରିପାରିବେ।

LEAVE A REPLY

Please enter your comment!
Please enter your name here