ଓଡ଼ିଶାଲାଇଭ୍ ବ୍ୟୁରୋ
ପଲଉ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପର୍ବପର୍ବାଣୀ ସମୟରେ ଲୋକେମାନେ ବିଭିନ୍ନ ପ୍ରକାର ପଲଉ ତିଆରି କରି ଖାଇଥା’ନ୍ତି। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଫ୍ରୁଟ୍ସ ପଲଉ।
ସାମଗ୍ରୀ
- ବାସୁମତି ଚାଉଳ
- କଳା ଅଙ୍ଗୁରୁ
- ଅଙ୍ଗୁରୁ
- ସେଓ
- ଡାଳିମ୍ବ
- ଚେରି
- କାଜୁ
- କିସ୍ମିସ୍
- ଆଲମଣ୍ଡ
- ଜୀରା
- ଲୁଣ
- ତେଲ
- ଆମ୍ବସଢ଼ା
ପ୍ରଣାଳୀ
ଗ୍ୟାସ୍ ଲଗାଇ ହାଣ୍ଡି ବସାନ୍ତୁ। ହାଣ୍ଡିରେ ଭାତ ବସାଇବା ଭଳି ପାଣି ଗରମ କରିବେ। ପାଣି ଫୁଟିଗଲେ ଲୁଣ ଗୋଟେ ଚାମଚ ଜୀରା, ୨ ଚାମଚ ତେଲ ଏବଂ ଚାଉଳ ଧୋଇକି ପକାଇବା। ଏବେ ଗ୍ୟାସ୍କୁ ମଧ୍ୟମ ଆଞ୍ଚରେ ରଖିବା। ୭ ମିନିଟ୍ ପରେ ଭାତ ହୋଇଯାଇଥିବ, ଏବେ ଭାତକୁ ଗାଳିଦେବା।
ଏବେ ଗ୍ୟାସ୍ରେ ଆଉ ଗୋଟେ ପାତ୍ର ରଖିବା। ଏଥିରେ ଦୁଇ ଚାମଚ ରିଫାଇନ୍ ତେଲ ପକାଇବା। ତେଲ ଗରମ ହୋଇଗଲେ କାଜୁ, କିସ୍ମିସ୍, କଳା ଅଙ୍ଗୁରୁ, ଗ୍ରୀନ୍ ଅଙ୍ଗୁରୁ, ଡାଳିମ୍ବ, ସେଓ ଓ ସ୍ୱାଦାନୁସାରେ ଲୁଣ ପକାଇ ମିଶାଇବା। ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭାତ ପକାଇବା। ଏବେ ଏଥିରେ ଚେରି ଓ ଆଲମଣ୍ଡ ପକାଇବା। ଶେଷରେ ଆମ୍ବସଢ଼ା ମିଶାଇବା। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଫଳ ପଲଉ।