ଓଡ଼ିଶାଲାଇଭ୍ ବ୍ୟୁରୋ

ପଲଉ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପର୍ବପର୍ବାଣୀ ସମୟରେ ଲୋକେମାନେ ବିଭିନ୍ନ ପ୍ରକାର ପଲଉ ତିଆରି କରି ଖାଇଥା’ନ୍ତି। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଫ୍ରୁଟ୍ସ ପଲଉ।

ସାମଗ୍ରୀ

  • ବାସୁମତି ଚାଉଳ
  • କଳା ଅଙ୍ଗୁରୁ
  • ଅଙ୍ଗୁରୁ
  • ସେଓ
  • ଡାଳିମ୍ବ
  • ଚେରି
  • କାଜୁ
  • କିସ୍‌ମିସ୍‌
  • ଆଲମଣ୍ଡ
  • ଜୀରା
  • ଲୁଣ
  • ତେଲ
  • ଆମ୍ବସଢ଼ା

ପ୍ରଣାଳୀ

ଗ୍ୟାସ୍‌ ଲଗାଇ ହାଣ୍ଡି ବସାନ୍ତୁ। ହାଣ୍ଡିରେ ଭାତ ବସାଇବା ଭଳି ପାଣି ଗରମ କରିବେ। ପାଣି ଫୁଟିଗଲେ ଲୁଣ ଗୋଟେ ଚାମଚ ଜୀରା, ୨ ଚାମଚ ତେଲ ଏବଂ ଚାଉଳ ଧୋଇକି ପକାଇବା। ଏବେ ଗ୍ୟାସ୍‌କୁ ମଧ୍ୟମ ଆଞ୍ଚରେ ରଖିବା। ୭ ମିନିଟ୍‌ ପରେ ଭାତ ହୋଇଯାଇଥିବ, ଏବେ ଭାତକୁ ଗାଳିଦେବା।

ଏବେ ଗ୍ୟାସ୍‌ରେ ଆଉ ଗୋଟେ ପାତ୍ର ରଖିବା। ଏଥିରେ ଦୁଇ ଚାମଚ ରିଫାଇନ୍‌ ତେଲ ପକାଇବା। ତେଲ ଗରମ ହୋଇଗଲେ କାଜୁ, କିସ୍‌ମିସ୍‌, କଳା ଅଙ୍ଗୁରୁ, ଗ୍ରୀନ୍‌ ଅଙ୍ଗୁରୁ, ଡାଳିମ୍ବ, ସେଓ ଓ ସ୍ୱାଦାନୁସାରେ ଲୁଣ ପକାଇ ମିଶାଇବା। ଏବେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭାତ ପକାଇବା। ଏବେ ଏଥିରେ ଚେରି ଓ ଆଲମଣ୍ଡ ପକାଇବା। ଶେଷରେ ଆମ୍ବସଢ଼ା ମିଶାଇବା। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଫଳ ପଲଉ।

LEAVE A REPLY

Please enter your comment!
Please enter your name here