ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାଣଘାତୀ କୋରୋନା ଭାଇରସକୁ ଲୋକଙ୍କୁ ନେଇ ସଚେତନ କରିବ ଫେସବୁକ। ଏନେଇ ଫେସବୁକ ସିଇଓ ମାର୍କ ଜୁକରବର୍ଗ ନିଜ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ UNICEF ସହ ଫେସବୁକ୍ କାମ କରିବାକୁ ପଦକ୍ଷେପ ନେଇଥିବା ସେ କହିଛନ୍ତି।
କୋରୋନା ଭାଇରସକୁ ନେଇ ସୋସିଆଲ ମଡିଆରେ ବହୁ ଭୁଲ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି। ଫଳରେ ଲୋକେ ଭ୍ରମିତ ହେଉଛନ୍ତି। କେଉଁ ତଥ୍ୟ ଉପରେ ଲୋକେ ବିଶ୍ୱାସ କରିବେ ଓ କେଉଁ ତଥ୍ୟ ଉପରେ ଲୋକେ ବିଶ୍ୱାସ କରିବେନି ସେନେଇ ସନ୍ଦେହରେ ରହୁଛନ୍ତି ଲୋକେ। ଲୋକଙ୍କ ପାଖରେ ଠିକ୍ ତଥ୍ୟ ପହଞ୍ଚାଇବାକୁ ଫେସବୁକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି କାମ କରିବ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରନାକୁ ଏକ ବିଜ୍ଞାପନ ବାହାର କରିଛି। ଏହି ବିଜ୍ଞାପନକୁ ବିନା ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବ ଫେସବୁକ୍।
“କୋରୋନା ଭାଇରସକୁ ନେଇ ଆମେ ଲୋକଙ୍କ ପାଖରେ ଠିକ ସୂଚନା ପଞ୍ଚାଇବାକୁ ଚେଷ୍ଟା କରୁଛୁ। ଏହା ଆମ ପାଇଁ ଏକ ବିଶ୍ୱସ୍ତରୀୟ ଚାଲେଞ୍ଜ। ଏଭଳି ଏକ ଜରୁରୀ ପରିସ୍ଥିତିରେ ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ UNICEF ସହ ମିଶି କାମ କରୁଛୁ। ଏଥପାଇଁ ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କଠାରୁ ଆମେ ପରାମର୍ଶ ନେଉଛୁ। ଭ୍ରମିତ ନହୋଇ ଠିକ ସୂଚନାକୁ ନେଇ ସଚେତନ ହୁଅନ୍ତୁ”, ଫେସବୁକ ଆକାଉଣ୍ଟରେ ଏଭଳି ଲେଖିଛନ୍ତି ମାର୍କ ଜୁକରବର୍ଗ।
ଜାନୁଆରି ୧୨ ତାରିଖରୁ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିଲା କରୋନା ଭାଇରସ। ତେବେ ୧ ମାସ ୨୪ ଦିନ ମଧ୍ୟରେ ବିଶ୍ୱର ୮୧ଟି ଦେଶରେ ଏହା ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭାଇରସ ଯୋଗୁଁ ବିଶ୍ୱରେ ୩ ହଜାର ୯୮୧ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। କୋରୋନା ଭାଇରସକୁ ନେଇ ଲୋକଙ୍କୁ ସଚେତନ କରାଇବାରୁ ଫେସବୁକ୍ ଅଣ୍ଟା ଭିଡ଼ିଛି।