ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତଙ୍କର ଅପେକ୍ଷାର ଅନ୍ତଘଟେଇ ଆସିଛି ରଙ୍ଗର ପର୍ବ ହୋଲି। ଲୋକମାନେ ହୋଲିର ରଙ୍ଗରେ ନିଜକୁ ରଙ୍ଗେଇ ବେଶ୍ ଆନନ୍ଦ ଉଲ୍ଲାସର ସହ ଏହି ଦିନଟିକୁ ପାଳନ କରୁଛନ୍ତି। ହୋଲି ପାଳିବା ସମୟରେ ଆପଣ ନିଜର ଶରୀର ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
ଅନେକ ସମୟରେ ହୋଲି ଖେଳରେ ଲୋକେ ଏତେ ମସଗୁଲ ଥାନ୍ତି ଯେ ନିଜ ସ୍ୱାସ୍ଥ୍ୟ ବାବଦରେ ଚିନ୍ତା କରିନଥାନ୍ତି। ହୋଲି ଖେଳିବା ପରେ ସେମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଅନେକ ସମସ୍ୟା ଭୋଗିଥାନ୍ତି। ତେଣୁ ଆମେ ଆପଣଙ୍କୁ କିଛି ହେଲଥ ଟିପ୍ସ ଦେବୁ ଯାହା ଆପଣ ହୋଲି ଖେଳିବାକୁ ଯିବା ପୂର୍ବରୁ ପାଳନ କଲେ ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ବି ସୁରକ୍ଷିତ ରଖିପାରିବେ।
ଆଖିର ବିଶେଷ ଯତ୍ନ ନିଅନ୍ତୁ
ହୋଲି ଖେଳିବାକୁ ଯିବା ବେଳେ ନିଜ ଆଖିର ଯତ୍ନ ବିଶେଷ ଭାବେ ରଖନ୍ତୁ। ଯେମିତି କୌଣସି ପ୍ରକାର ରଙ୍ଗ ଆପଣଙ୍କ ଆଖିରେ ନପଡ଼େ ସେଥିପ୍ରତି ଯତ୍ନବାନ ରୁହନ୍ତୁ। ଯଦି କେବେ ଆଖିରେ ରଙ୍ଗ ପଡ଼ିଯାଉଛି ତେବେ ସଙ୍ଗେ ସଙ୍ଗେ ଆଖିକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ହୋଲି ଖେଳିବାକୁ ଯିବା ପୂର୍ବରୁ ବି ଆଖିକୁ ଭଲଭାବେ କିଛି ସମୟ ପାଣିରେ ଧୋଇଦିଅନ୍ତୁ। ଯଦି ସମ୍ଭବ ତେବେ ସନ୍ ଗ୍ଲାସ ପିନ୍ଧି ହୋଲି ଖେଳିଲେ ଆପଣଙ୍କ ଆଖିକୁ ସୁରକ୍ଷିତ ରଖିପାରିବେ।
ନଖର ଯତ୍ନ ନିଅନ୍ତୁ
ସାଧାରଣତଃ ଝିଅମାନେ ନିଜକୁ ସଜେଇବାକୁ ଖୁବ୍ ଭଲପାଇଥାନ୍ତି। ତେଣୁ ଯେତେବେଳେ ହୋଲି ଖେଳିବାକୁ ଯାଉଛନ୍ତି ସେତେବେଳେ ଆପଣମାନେ ନଖରେ ନେଲପଲିସ୍ ଲଗାନ୍ତୁ ତାପରେ ହୋଲି ଖେଳିବାକୁ ଯାଆନ୍ତୁ କାରଣ ରଙ୍ଗ ନେଲପଲିସରେ ଲାଗିଲେ ତାହା ଖୁବଶୀଘ୍ର ଛାଡ଼ିଯାଇଥାଏ।
କେଶର ଯତ୍ନ
ହୋଲି ଖେଳିବାକୁ ଯିବା ପୂର୍ବରୁ ମୁଣ୍ଡରେ ଟୋପି ପିନ୍ଧନ୍ତୁ। ନହେଲେ ଷ୍ଟଲକୁ ଭଲକରି ମୁଣ୍ଡରେ ବାନ୍ଧିଦିଅନ୍ତୁ। ଅଥବା କେଶରେ ଅଧିକ ତେଲ ଲଗାନ୍ତୁ କାରଣ କେଶରେ ତେଲ ଥିଲେ ରଙ୍ଗ ଛଡ଼ାଇବାରେ ଅଧିକ ସମୟ ଲାଗିନଥାଏ।