ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରାଣଘାତୀ କରୋନା ଭାଇରସର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପ୍ରସ୍ତୁତ କରିଛି ଆକ୍ସନ୍‌ ପ୍ଲାନ୍‌। ବିଏମସି ଅଫିସରୁ ନେଇ ଓ୍ୱାର୍ଡର ଗଳିକନ୍ଦିରେ ଆଜିଠୁ ଜୋରଦାର ସଫେଇ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଏମସି ଅଫିସ, ବିଡିଏ ଅଫିସ ସହ ଆହର କେନ୍ଦ୍ର, ହସ୍ପିଟାଲ, ମନ୍ଦିର, ଡମ୍ପିୟାର୍ଡରେ ସବୁଠି ସାନିଟାଇଜର ରଖିବାକୁ କୁହାଯାଇଛି।

ସେହିପରି ସିନିୟର ସୁପରଭାଇଜିଂ ଅଫିସରମାନେ ନିଜ ନିଜ ଓ୍ୱାର୍ଡର ପରିଷ୍କାର ପରିଚ୍ଛନତା ଉପରେ ନଜର ରଖିବେ। ଅଳିଆ ଉଠୁଛି କି ନାହିଁ, ବ୍ଲିଚିଂ ପଡ଼ୁଛି କି ନାହିଁ ଏସବୁରୁ ତଦାରଖ କରିବେ।

ଶନିବାରଠୁ ବସ୍ତିମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯିବ। ମନ୍ଦିର ପରିସର ପରିଷ୍କାର ରଖାଯିବ। ଏଦିଗରେ ପଦକ୍ଷେପ ନେବାକୁ ସମସ୍ତ ଜୋନାଲ ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳୀରେ ହାତ ଧୋଇବା ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହାଛଡ଼ା ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତି ଜୋନରେ ପ୍ରଚାର ଗାଡ଼ି ବୁଲିବ ଏବଂ ପୋଷ୍ଟର ମଧ୍ୟ ଲଗାଯିବ। କରୋନାରୁ ବର୍ତ୍ତିବା ପାଇଁ କିଭଳି ପଦକ୍ଷେପ ନିଆଯିବ ସେନେଇ ଲୋକଙ୍କୁ ବୁଝାଯିବ। ସହରର ମୁଖ୍ୟ ସ୍ଥାନରେ ଡିସ୍‌ପ୍ଲେ ବୋର୍ଡ, ସାଇନ ବୋର୍ଡ ଲଗାଇ ଲୋକଙ୍କୁ ସଚେତନ କରାଯିବ।

ବିଏମସି, ବିଡିଏ ଅଫିସରେ କର୍ମଚାରୀଙ୍କ ଉପସ୍ଥାନ ପାଇଁ ଆଉ ବାୟୋମେଟ୍ରିକ ମେସିନ ବ୍ୟବହାର କରାଯିବ ନାହିଁ। ଏବେ ସମସ୍ତେ ରେଜିଷ୍ଟର ବ୍ୟବହାର କରିବେ। କର୍ମଚାରୀ ଓ ବାହାରୁ ଆସୁଥିବା ଲୋକଙ୍କ ହାତ ଧୋଇବା ପାଇଁ ହ୍ୟାଣ୍ଡ ଓ୍ୱାଶ ଓ ସାନିଟାଇଜର ରଖିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here