ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାସହ ରୋଗରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ତେବେ ସାମାଜିକ ଦୂରତା ପାଳନ କରିବାକୁ ଯାଇ ଜଣେ ଅଟୋ ଡ୍ରାଇଭର ଅଭିନବ ପ୍ରୟାସ କରିଛନ୍ତି। ସେ ଏମିତି ଏକ ଅଟୋ ତିଆରି କରିଛନ୍ତି, ଯେଉଁଥିରେ ଲୋକମାନେ ବସିଲା ବେଳେ ସାମାଜିକ ଦୂରତା ରକ୍ଷା କରିପାରିବେ।

ସୋସିଆଲ ମିଡିଆରେ ଏହି ଅଟୋ ଡ୍ରାଇଭରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଭଳି ଅଟୋରେ ବସିବା ପରେ ଲୋକମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରିଛନ୍ତି। ତେବେ ସୋସିଆଲ ମିଡିଆରେ ବୁଲୁଥିବା ଏହି ଭିଡିଓକୁ ଦେଶର ପ୍ରସିଦ୍ଧ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟୁଇଟରରେ ପୋଷ୍ଟ କରିବା ସହ ଯୁବକ ଜଣକୁ ଚାକିରି ଅଫର କରିଛନ୍ତି।

ସେ ଟୁଇଟରେ ପୋଷ୍ଟ କରି କହିଛନ୍ତି, “ଆମ ଲୋକଙ୍କ ଉଦ୍ଭାବନ ଓ ନୂତନ ପରିସ୍ଥିତି ସହ ଖାପ ଖୁଆଇବାର କ୍ଷମତା ମତେ ଆଶ୍ଚର୍ଯ୍ୟ କରିଛି। ଆମେ ଆମ ଉତ୍ପାଦକ ବିକାଶ ଦଳରେ ତାଙ୍କ ଭଳି ପରାମର୍ଶ ଦରକାର।”

କେବଳ ଏତିକି ନୁହେଁ ଆନନ୍ଦ ମହିନ୍ଦ୍ରା ଏହି ଡ୍ରାଇଭରକୁ ଚାକିରି ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଡ୍ରାଇଭରକୁ ପରାମର୍ଶଦାତା ଭାବରେ ନିଯୁକ୍ତ କରିବାକୁ ସେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋ ଏବଂ ଫାର୍ମ ସେକ୍ଟରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଜେଜୁରିକରଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here