ଓଡିଶାଲାଇଭ୍ ବ୍ୟୁରୋ

‘ବିଗ୍‌ ବସ’ର ମୁଖ୍ୟ ଆକର୍ଷଣ ହେଲେ ସଲମାନ୍ ଖାନ୍। ସଲ୍ଲୁ ଭାଇ ଉପସ୍ଥାପକ ଭାବେ ନଜର ଆସିବା ପରେ ହିଁ ଲୋକପ୍ରିୟ ହୋଇଥିଲା ଏହି ରିଆଲିଟି ସୋ’।

ଭାରତୀୟ ଟେଲିଭିଜନରେ ଏଯାବତ୍ ଯେଉଁସବୁ ରିଆଲିଟି ସୋ ପ୍ରସାରିତ ହୋଇଛି, ସେଥିମଧ୍ୟରୁ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ସୋ ହେଲା ‘କୌନ୍ ବନେଗା କରୋଡ୍ ପତି (କେବିସି)’। ଟିଆରପିରେ ଏହା ତଳକୁ ସ୍ଥାନ ପାଏ ଅନ୍ୟ ଏକ ରିଆଲିଟି ସୋ’, ଯାହାର ନାଆଁ ହେଲା ‘ବିଗ୍‌ବସ୍’। କରୋନା କଟକଣା ଭିତରେ ଏହି ସୋ’ର ୧୪ତମ ସିଜିନ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୋ’କୁ ହୋଷ୍ଟ କରୁଥିବା ସଲମାନଙ୍କର ଏକ ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରୋମୋ ଦେଖିବା ପରେ ଦର୍ଶକ ଉତ୍ସାହର ସହ ସୋ’କୁ ଅପେକ୍ଷା କରିଛନ୍ତି।BGU

ତେବେ ଏହି ସିଜିନରେ କେଊଁ ନାମିଦାମୀ ଚେହେରା ବା ପରିଚିତ ଚେହେରା ଭାଗ ନେବେ ତାହା ଜଣାପଡ଼ିନାହିଁ। ଏହି ସୋ’ର ସିଜିନ ୧୩ର ବିଜେତା ହୋଇଥିଲେ ଟିଭି ଜଗତର ଜଣାଶୁଣା ଅଭିନେତା ସିଦ୍ଧାର୍ଥ ଶୁକ୍ଳା। ସୋ’ କରିବା ସମୟରେ ତାଙ୍କୁ ନେଇ ଢେର ଚର୍ଚ୍ଚା ହୋଇଥିଲା।

ତେବେ ଦେଶବ୍ୟାପି ଲୋକ ଏହି ସୋ’କୁ ବେଶ ପସନ୍ଦ କରିନ୍ତି। କଲର୍ସରେ ସୋ’ର ଟିଆରିପି ମଧ୍ୟ ସବୁବେଳେ ହାଇ ଥାଏ। ବଲିଉଡର ଭାଇଜାନ ଦବଙ୍ଗ ଖାନ ସଲମାନ ଏହାକୁ ହୋଷ୍ଟ କରୁଥିବାରୁ ଅନେକ ଏହାକୁ ପସନ୍ଦ କରନ୍ତି।

LEAVE A REPLY

Please enter your comment!
Please enter your name here