ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟୁତ ତାର ନେଲା ଶ୍ୱଶୂର, ବୋହୂଙ୍କ ଜୀବନ। ରାୟଗଡ଼ା ଜିଲ୍ଲା ବିଷମ କଟକ, ଠଙ୍ଗପଡ଼ା ଗାଁରେ ଶନିବାର ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ଦହନୀ ମାଣ୍ଡାଙ୍ଗୀ ଓ ତାଙ୍କ ବୋହୂ ସୁମିତ୍ରା ମାଣ୍ଡାଙ୍ଗୀ।

ସୂଚନା ଅନୁସାରେ  ବାଡ଼ିପଟରେ ବିଦ୍ୟୁତ ତାର ଛିଡି ଘରର ଗ୍ରିଲ ଉପରେ ପଡ଼ିଯାଇଥିଲା। ବୋହୂ ସୁମିତ୍ରା ବାଡ଼ିପଟରୁ ପାଣି ନେଇ ଆସୁଥିଲା ବେଳେ ବିଦ୍ୟୁତ ତାର ସମ୍ପର୍ଶରେ ଆସିଥିଲୋ। ତାଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୂର ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲୋ। ବୋହୂ ଜଣକ ୪ ମାସ ଗର୍ଭବତୀ ମଧ୍ୟ ଥିଲୋ।

ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here