ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୨ ମସିହା ମାର୍ଚ୍ଚ ୬ରୁ ମହିଳା ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ମୋଟ ୭ଟି ମ୍ୟାଚ୍ ଖେଳିବ ବୋଲି ସୋମବାର ଆଇସିସି ଘୋଷଣା କରିଛି।

୨୦୨୨ ମସିହାରେ ନ୍ୟୁଜିଲାଣ୍ଡରେ ମହିଳା ବିଶ୍ୱକପ୍ ଖେଳାଯିବାକୁ ଅଛି। ସୋମବାର ଏଥିପାଇଁ ଆଇସିସି ଖେଳସୂଚୀ ଘୋଷଣା କରିଛି। ମାର୍ଚ୍ଚ ୪ ତାରିଖରୁ ଏହି ବିଶ୍ୱକପ୍ ଆରମ୍ଭ ହେବ। ଏଥିରେ ସର୍ବମୋଟ ୩୧ଟି ମ୍ୟାଚ୍ ଖେଳାଯିବ। ଏପ୍ରିଲ୍ ୩ ତାରିଖରେ ମହିଳା ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଘୋଷଣା କରାଯାଇଛି।

ତେବେ ଭାରତୀୟ ମହିଳା ଦଳ ପ୍ରଥମେ ମାର୍ଚ୍ଚ ୬ରେ ପଡିଆକୁ ଓହ୍ଲାଇବ। ଏହାପରେ ମାର୍ଚ୍ଚ ୬ରୁ ୨୭ ତାରିଖ ଭିତରେ ଦଳ ମୋଟ ୭ଟି ଲିଗ୍ ମ୍ୟାଚ୍ ଖେଳିବ। ଏହାପରେ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହେଲେ ଦଳ ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡର ଅକଲାଣ୍ଡ, ହାମିଲଟନ, ଟଉରଙ୍ଗା, ୱିଲିଙ୍ଗଟନ, କ୍ରିଷ୍ଟଚର୍ଚ୍ଚ, ଡୁନେଡିନ ଗ୍ରାଉଣ୍ଡରେ ଏହିସବୁ ମ୍ୟାଚ୍ ଖେଳାଯିବ। ଏଥିରେ ୮ଟି ଦେଶର ଖେଳାଳିମାନେ ଭାଗନେବେ।

LEAVE A REPLY

Please enter your comment!
Please enter your name here