ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛି।

୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ବିଜେପି ସରକାରଙ୍କୁ ଘେରିବାକୁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଉପବାସ ଓ ଧାରଣାରେ ବସିଛି। ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସର ନେତା ଓ କାର୍ଯ୍ୟକର୍ତ୍ତା ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛନ୍ତି।

ରାହୁଲ ଗାନ୍ଧି ଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧିଙ୍କ ସମାଧି ପୀଠରେ ଉପବାସ ଆରମ୍ଭ କରିଛନ୍ତି। ରାହୁଲଙ୍କ ସହ କଂଗ୍ରେସର ସମସ୍ତ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି।

ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିଗିଯାଇଥିବାବେଳେ ଦଳିତଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ସୁପ୍ରିମକୋର୍ଟ ଏସସି-ଏସଟି ଆଇନରେ ସଂଶେଧାନ ପାଇଁ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ଦଳିତ ସଙ୍ଗଠନ ଏପ୍ରିଲ ୨ରେ ଭାରତ ବନ୍ଦ ଡାକରା ଦେଇଥିଲେ। ଏହିସମୟରେ ହୋଇଥିବା ହିଂସାକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଏହି ହିଂସାରେ ୧୦ ଜଣ ଦଳିତକର୍ମୀ ପ୍ରାଣ ହରାଇଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ବିହାରରେ ଅଧିକ ହିଂସା ଦେଖାଦେଇଥିଲା। ଏହା ଅଭିଯୋଗ କରି କଂଗ୍ରେସ ସୋମବାର ଦିନ ଉପବାସରେ ବସିଛି।

“କଂଗ୍ରେସ ଧାରଣା ଦଳିତଙ୍କ ପ୍ରତି ଉପହାସ। ରାହୁଲ ଗାନ୍ଧିଙ୍କ କ୍ୟାମେରା ରାଜନୀତି ଆଉ ଦେଶରେ ଚଳିବ ନାହିଁ”, କହିଛନ୍ତି ସଦ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ନେତା ଜିଭିଏଲ ନରସିଂହ ରାଓ

କଂଗ୍ରେସ ସଂଗଠନର ମହାସଚିବ ଅଶୋକ ଗେହଲଟ୍ ସମସ୍ତ ରାଜ୍ୟର ପାର୍ଟି ସଭାପତି, ଏଆଇସିସି ପ୍ରଭାରୀ ଓ ବିଧାୟକ ଦଳର ଦଳର ନେତାମାନଙ୍କୁ ଉପବାସର ନିର୍ଦ୍ଦେଶ ଦେଇଥିଲେ। କଂଗେସର ଉପବାସ ସକାଳ ୧୦ଟାରୁ ଧାରଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ।

ସେହିଭଳି ରାଜ୍ୟର କଂଗ୍ରେସ ଭବନ ଆଗରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ କଂଗ୍ରେସର ବହୁ ତୁଙ୍ଗ ନେତା ଉପବାସ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଜିଲ୍ଲା ଅଫିସରେ ବି କଂଗ୍ରେସକର୍ମୀ ମଧ୍ୟ ଉପବାସରେ ବସିଛନ୍ତି।

LEAVE A REPLY

Please enter your comment!
Please enter your name here