ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଭାବାନ ଯୁବ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପକ୍ଷରୁ ପ୍ରସାରିତ ହେଉଛି ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’। ଏଥର ଷ୍ଟାର୍ଟଅପ୍ ଷ୍ଟୋରିର ନୂଆ ଅଧ୍ୟାୟରେ ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ ସହ ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀଙ୍କ ସ୍ଵତନ୍ତ୍ର ସାକ୍ଷାତକାର ସ୍ଥାନ ପାଇଛି। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଫେସବୁକ୍ ପେଜରେ ଏହି ଭିଡିଓ ସାକ୍ଷାତକାର ପ୍ରସାରିତ ହୋଇଛି।

ବଲାଙ୍ଗିରର ଦୁଇ ଭାଇ ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର। ସହରର ଗୋଟିଏ ଛୋଟିଆ ପଉଲଟ୍ରି ଫାର୍ମରୁ ବ୍ୟବସାୟ ଆରମ୍ଭ କରି ସେମାନେ ଆଜି ତାହାକୁ ଏକ ବିଶ୍ଵସ୍ତରୀୟ ଫାର୍ମରେ ପରିଣତ କରିପାରିଛନ୍ତି। ଏବେ ଓଭୋ ଫାର୍ମରୁ ଦୈନିକ ୧୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ଭାରତ ସମେତ ଭାରତ ବାହାରକୁ ଏହି ଫାର୍ମରୁ ଅଣ୍ଡା ରପ୍ତାନି ହେଉଛି।

ଓଡ଼ିଶାଲାଇଭ୍ ପ୍ରସ୍ତୁତ ଷ୍ଟାର୍ଟଅପ୍ ଷ୍ଟୋରିର ଏହି ପ୍ରାୟ ୬୦ ମିନିଟ୍ର ଭିଡିଓ ସାକ୍ଷାତକାରରେ ରହିଛି ସୌମେନ୍ଦ୍ର ଓ ସମରେନ୍ଦ୍ରଙ୍କ ଷ୍ଟାର୍ଟଅପ୍ଜୀବନର ସଂକ୍ଷିପ୍ତ ଯାତ୍ରା ଓ ବିଶେଷ ଅନୁଭବ। ଖାସ୍ କରି କେଉଁ ପରିସ୍ଥିତିରେ ଏହି ଦୁଇ ଭାଇ ମିଶି ‘ଓଭୋ ଫାର୍ମ’ ଆରମ୍ଭ କଲେ ଏବଂ ଏହି ଷ୍ଟାର୍ଟଅପ୍ ଭାରତ ତଥା ଅନ୍ତର୍ଜାତୀୟ ବଜାରରେ ସ୍ଵତନ୍ତ୍ର ପରିଚୟ ପାଇଲା ଏହିସବୁ କଥା ଏହି ସାକ୍ଷାତକାରରୁ ଜାଣିବାକୁ ମିଳିବ।

ଏହି ଭିଡିଓ ସାକ୍ଷାତକାର ସମୟରେ ସୌମେନ୍ଦ୍ର ଓ ସମରେନ୍ଦ୍ରଙ୍କ ପାରିବାରିକ ଜୀବନ, ସ୍ଵପ୍ନ ଓ ଭବିଷ୍ୟତ କଥାକୁ ଏହି ଦୁଇ ଯୁବ ଉଦ୍ୟୋଗୀଙ୍କ ମୁହଁରୁ ସୁନ୍ଦର ଭାବେ ବାହାର କରିପାରିଛନ୍ତି ସୁବ୍ରତ ବାଗ୍ଚୀ। ଜାଣିବା ପାଇଁ ଦେଖନ୍ତୁ ଓଡ଼ିଶାଲାଇଭ୍ ପ୍ରସ୍ତୁତ ଷ୍ଟାର୍ଟଅପ୍ ଷ୍ଟୋରି।
(ଯୁବ ଓଡ଼ିଆ ଉଦ୍ୟୋଗୀ ବା ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରିଥିବା ଅଭିନବ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ପ୍ରାଇମ୍ ପାର୍ଟନର: ଓଡ଼ିଶା ଖଣି ନିଗମ (ଓଏମ୍ସି)। ନଲେଜ୍ ପାର୍ଟନର: ମୋ କଲେଜ ଅଭିଯାନ। ଇଣ୍ଡଷ୍ଟ୍ରି ପାର୍ଟନର୍: ଇମ୍ଫା, ଟାଇ ଭୁବନେଶ୍ୱର ଏବଂ ଫିକି। ରେଡିଓ ପାର୍ଟନର: ରେଡିଓ ଚକ୍ଲେଟ୍। ପ୍ରିଣ୍ଟ ପାର୍ଟନର: ସମ୍ବାଦ)