ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା କମିଛି। ମହାନଦୀର ଜଳସ୍ତର ମଧ୍ୟ କମିବାକୁ ଲାଗିଛି। ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ବୁଧବାର ଦିନ କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ସେ କହିଛନ୍ତି, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରବିବାର ଦିନ ପର୍ଯ୍ୟାୟ କ୍ରମେ ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା। ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ବୁଧବାର ଦିନ ହୀରାକୁଦର ୨ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି।

ହୀରାକୁଦର ବାମ ପାର୍ଶ୍ଵରେ ୧୨ଟି ଏବଂ ଦକ୍ଷିର ପାର୍ଶ୍ଵରେ ୬ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ମଙ୍ଗଳବାର ରାତିରୁ କଟକ ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର କମିବାକୁ ଲାଗିଛି।

ମଙ୍ଗଳବାର ରାତି ୧୨ଟାରେ ମୁଣ୍ଡଳୀରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୩୦ କ୍ୟୁସେକ ଜଳ ପ୍ରବାହିତ ହୋଇଥିବାବେଳେ ବୁଧବାର ସକାଳ ୬ଟାରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଆଗକୁ ସ୍ଥିତି ଦେଖି ହୀରାକୁଦର ଗେଟ୍ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Tags: #MahanadiRiver #WaterLevel #FloodSituation #HirakudDam #Odisha

LEAVE A REPLY

Please enter your comment!
Please enter your name here