ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅନଗୁଳୁରେ ବାପା-ମା’ଙ୍କୁ ହତ୍ୟା କଲା ପୁଅ
  • ଦେବଗଡ଼ରେ ପୁଅର ଗୁଳିମାଡ଼ରେ ବାପା ମୃତ
  • ସମ୍ବଲପୁରରେ ସମ୍ପର୍କୀୟଙ୍କ ଟାଙ୍ଗିଆ ଚୋଟରେ ମହିଳା ମୃତ

ରଜ ପର୍ବରେ ସମସ୍ତେ ଖୁସି ମନାଉଥିବା ବେଳେ ଅନୁଗୁଳରେ ଘଟିଛି ଲୋମଟାଙ୍କୁରା ଘଟଣା। ନିଜ ଜନ୍ମକଲା ବାପା-ମା’ଙ୍କୁ ପଅ ହାତୁଡ଼ିରେ ପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଏହି ଗାଁର କରୁଣାକର ବାଘଙ୍କ ପୁଅ ଦୁଖିଶ୍ୟାମ ବାଘ ବାହାରେ ରହି କାମ କରୁଥିଲେ। ରଜ ପାଇଁ ସେ ଗାଁକୁ ଆସିଥିଲେ। ଗୁରୁବାର ରାତିରେ ଘରେ ପହଞ୍ଚିବା ପରେ କୌଣସି ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା।

ଝଗଡ଼ାରେ ହସ୍ତକ୍ଷେପ କରିଥିଲେ ବାପା କରୁଣାକର ଏବଂ ମା’ ଚମ୍ପା। ହେଲେ ପୁଅ କିଛି ଶୁଣି ନଥିଲା। ସ୍ତ୍ରୀକୁ ପିଟିବା ପାଇଁ ହାତ ଉଠାଇଥିଲା। ପୁଣି ବାପା-ମା’ ବିରୋଧ କରିଥିଲେ। ଶେଷରେ ବାପା-ମା’ଙ୍କ ଉପରେ ରାଗି ଯାଇଥିଲା ଦୁଖିଶ୍ୟାମ। ରାଗ ପଞ୍ଚମରେ ଚଢ଼ି ଯାଇଥିଲା। ଉତ୍ତ୍ୟକ୍ତ ହୋଇ ହାତୁଡ଼ିରେ ନିଜ ଜନ୍ମକଲା ବାପା, ମା’ଙ୍କ ମୁଣ୍ଡକୁ ଆଘାତ ଦେଇଥିଲା। ଫଳରେ ଟଳିପଡ଼ିଥିଲେ କରୁଣାକର ଏବଂ ଚମ୍ପା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଖିଶ୍ୟାମକୁ ଗିରଫ କରିଛି।

ଦେବଗଡ଼ ଜିଲ୍ଲା ଶୃଙ୍ଗିପାଳରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ପାରିବାରକି କଳହକୁ କେନ୍ଦ୍ର କରି ପୁଅ ବାପାର ଜୀବନ ନେବାକୁ ପଛାଇ ନାହିଁ। ମଦ ପିଇ ପୁଅ ଅଜୁ ବାପା ଭାଗିରଥି ମୁଣ୍ଡାକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବଲପୁର ଜମନକିରା ଥାନା ଗୌଡ଼ପାଳି ଗାଁରେ ସମ୍ପର୍କୀୟଙ୍କ ଟାଙ୍ଗିଆ ଚୋଟରେ ଜେମା ମହାନନ୍ଦଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ଅଲେଖ ମହାନନ୍ଦ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।

LEAVE A REPLY

Please enter your comment!
Please enter your name here