ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ଆନ୍ଧ୍ର ମାଛରୁ ମିଳିଲା ଫର୍ମାଲିନ। ସମ୍ବଲପୁରରେ ଯାଞ୍ଚ ସମୟରେ ୨ଟି ମାଛରେ ଫର୍ମାଲିନ ଥିବା ଜଣାପଡ଼ିଛି।
ସମ୍ବଲପୁରରେ ଆନ୍ଧ୍ର ମାଛରେ ମିଶିଛି ଫର୍ମାଲିନ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଗୁରୁବାରଦିନ ସଂଗ୍ରହ କରାଯାଇଥିବା ମାଛ ନମୂନା ମଧ୍ୟରୁ ୨ଟି ମାଛରେ ଫର୍ମାଲିନ ପ୍ରଲେପ ଦିଆଯାଇଥିବା ବିଜ୍ଞାନାଗାରରେ ପରୀକ୍ଷା ପରେ ସ୍ପଷ୍ଟ ହୋଇଛି।
କୁଲୁଥକାନିରେ ଥିବା ମାଛ ମାର୍କେଟରୁ ଏହି ଫର୍ମାଲିନ ମାଛ ମିଳିଥିବା ସୂଚନା ମିଳିଛି। ଅଧିକ ପରୀକ୍ଷା ପାଇଁ ମାଛକୁ ଭୁବନେଶ୍ୱର ପଠାଯିବ ବୋଲି ମତ୍ସ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଯେଉଁ ମାଛରେ ଫର୍ମାଲିନ୍ ତାହା ଆନ୍ଧ୍ରପ୍ରଦେଶରୁ ଆମଦାନୀ ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ମାଛରେ ଫର୍ମାଲିନ ଥିବା ସୂଚନା ମିଳିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ମହାନଗର ନିଗମ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନମୁନା ସଂଗ୍ରହ କରାଯାଉଛି।
ଆସାମ ସରକାର ୧୦ଦିନ ପାଇଁ ଆନ୍ଧ୍ରରୁ ମାଛ ଆମଦାନୀ ଉପରେ କଟକଣା ଜାରି କରିବା ପରେ ଗୋଆ ସରକାର ମଧ୍ୟ ଅନୁରୂପ ଭାବେ ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟ ବାହାରୁ ମାଛ ଆସି ପାରିବ ନାହିଁ ବୋଲି ଘୋଷଣା କରିଛନ୍ତି।