ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦହଜମୀ ଭଳି ସମସ୍ୟା ହେଲେ ବାନ୍ତି ଲାଗିବା, ପେଟ ଯନ୍ତ୍ରଣା ହେବା ସହ ଛାତି ପୋଡ଼ିବା ଭଳି ସମସ୍ୟା ଦେଖାଦିଏ।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଠିକ୍‌ ସମୟରେ ଖାଇବା ପିଇବାରେ ଅନିୟମିତତା ହେଇଥାଏ। କର୍ମଜୀବୀମାନେ ନିଜ ସମୟ ବଞ୍ଚେଇବା ପାଇଁ ଷ୍ଟ୍ରିଟ ଫୁଡ ଓ ଜଙ୍କ ଫୁଡ ଖାଇଥାନ୍ତି। ଯାହାଫଳରେ ଏହା ହଜମ ହେବାରେ ସମସ୍ୟା ହୁଏ। ପାଚନ ପ୍ରକ୍ରିୟା ଠିକ୍‌ ଭାବରେ ହେଉ ନଥିବା କାରଣରୁ ବଦହଜମୀ ଦେଖାଦିଏ।

ବଦହଜମୀ ଭଳି ସମସ୍ୟାକୁ ଠିକ୍‌ ସମୟରେ ଧ୍ୟାନ ନଦେଲେ ଗ୍ୟାସ୍‌, ପେଟ କାଟିବା, ଛାତି ଜଳିବା ଭଳି ଅନେକ ସମସ୍ୟା ଦେଖାଦିଏ। ଏଥିରୁ ମୁକ୍ତି ପାଇବା ଆପଣାନ୍ତୁ କିଛି ଘରୋଇ ଉପାୟ।

  • ଅଦାରସ ଓ ଲେମ୍ବୁରସକୁ ଗରମ ପାଣିରେ ମିଶାଇ ପିଇଲେ, ବଦହଜମୀ ସମସ୍ୟା ଦୂର କରାଯାଇ ପାରିବ।
  • ସକାଳୁ ଖାଲି ପେଟରେ ଜୁଆଣୀ ପାଣିକୁ ପିଇଲେ ବଦହଜମୀରୁ ମୁକ୍ତି ପାଇପାରିବେ।
  • ଅଦାକୁ ଛୋଟ ଛୋଟ ଖଣ୍ଡ କରି ଲୁଣରେ ଲଗାଇ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ।
  • ଧନିଆ ପାଚନ ଶକ୍ତିକୁ ବଢ଼ାଇଥାଏ।
  • ପ୍ରତିଦିନ ଦୁଇ ବା ତିନି ଥର ଗ୍ରୀନ ଟି ପିଅନ୍ତୁ। ଏହାଦ୍ୱାରା ପାଚନ ପ୍ରକ୍ରିୟା ସୂଚାରୁରୂପେ ହୋଇଥାଏ।
  • ବେକିଙ୍ଗ ସୋଡ଼ାକୁ ପାଣିରେ ମିଶାଇ ପିଇବା ଦ୍ୱାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।
  • ସକାଳୁ ଖାଲି ପେଟରେ ଗରମ ପାଣି ପିଇଲେ ପୂର୍ବ ଦିନର ଖାଦ୍ୟ ହଜମ ହୋଇଥାଏ।
  • ବଦହଜମୀ ହେବାର ମୁଖ୍ୟ କାରଣ ହେଉଛି, ନିଦ ନ ହେବା। ଶରୀରରେ ପାଚନ ପ୍ରକ୍ରିୟା ଶୋଇଥିବା ବେଳେ ହୋଇଥାଏ।
  • ଖାଇବାର ପରେ ପରେ ପାଣି ପିଇବା ଅନୁଚିତ। ଖାଇବାର ଗୋଟେ ଘଣ୍ଟା ପରେ ପାଣି ପିଇଲେ ଖାଦ୍ୟ ହଜମ ହୋଇଥାଏ।

LEAVE A REPLY

Please enter your comment!
Please enter your name here