ଓଡ଼ିଶାଲାଇଭ୍ ବ୍ୟୁରୋ

 

ଅଦାରେ ଅନେକ ପ୍ରକାରର ଔଷଧୀୟ ଗୁଣ ଗଚ୍ଛିତ ହୋଇ ରହିଥାଏ। ଆସନ୍ତୁ ଜାଣିବା ଅଦାରେ କେଉଁ ସବୁ ଗୁଣ ରହିଥାଏ।

ଅଦାରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଶୀତଦିନରେ ଏହାର ବ୍ୟବହାର ଖୁବ୍ କରାଯାଇଥାଏ। ଏହା ଆମ ଶରୀରକୁ ଉଷ୍ମତା ପ୍ରଦାନ କରିବାସହ ପାଚନକ୍ରିୟା ଏବଂ ସଂକ୍ରମଣ ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଅଦାରେ ମୁଖ୍ୟତଃ ପ୍ରୋଟିନ୍, କାର୍ବୋହାଇଡ୍ରେଡ଼୍, ଆଇରନ୍, କ୍ୟାଲସିୟମ୍ ଏବଂ ଆୟୋଡିନ୍ ଭଳି ତତ୍ତ୍ବ ଅତ୍ୟଧିକ ମାତ୍ରାରେ ରହିଥାଏ। ଏହାବ୍ୟତୀତ ଅଦା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଅଦାରେ ଲୋକାୟତ ଥିବା ଗୁଣ ବିଷୟରେ…

ଉଷ୍ମତା ପ୍ରଦାନକାରୀ

ମୌସୁମୀ ଏବଂ ଶୀତଦିନମାନଙ୍କରେ ଶରୀରକୁ ଅତ୍ୟଧିକ ଉଷ୍ମତାର ଆବଶ୍ୟକତା ପଡ଼ିଥାଏ। ଖାସ୍ ସେଥିପାଇଁ ସକାଳୁ ଉଠି କ୍ଷୀର ଚା’ ପରିବର୍ତ୍ତେ ଅଦା ଚା’ ପିଇବା ଉଚିତ୍। ଅଦା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଯାହା ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ।

ପ୍ରାଚନକ୍ରିୟାକୁ ବଢ଼ାଏ

ଅଧିକାଂଶ ଲୋକଙ୍କୁ ମିଠା ଏବଂ ତେଲ ଜାତୀୟ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରନ୍ତି।  ଖାସ୍ ସେଥିପାଇଁ ପାଚନକ୍ରିୟାକୁ ମଜଭୁତ୍ ରଖିବା ନିହାତି ଜରୁରୀ। ଅଦାରେ ମହଜୁଦ ଥିବା ଗୁଣ ପାଚନକ୍ରିୟାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ସେଥିପାଇଁ ପ୍ରତିଦିନ ଦୈନିକ ଭୋଜନରେ ଅଦାକୁ ସାମିଲ କରିବା ଉଚି୍ତ୍।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଅଦାକୁ ଏକ ଭଲ ଆଣ୍ଟିବାୟୋଟିକ୍ ବୋଲି କୁହାଯାଏ। ଏହାର ନିୟମିତ ସେବନ କରିବା ଫଳରେ ଶୀତଦିନରେ ଥଣ୍ଡା ଏବଂ ଫ୍ଲୁ ହେବାର ଆଶଙ୍କା କମ୍ ରହିଥାଏ। ଅଦାର ଏକ କପ୍ ରସ ପ୍ରତିଦିନ ପିଇବା ଫଳରେ ସବୁପ୍ରକାରର ସଂକ୍ରମଣରୁ ରକ୍ଷା ମିଳିଥାଏ।

ପେଟ ପାଇଁ ଅମୃତ

ପେଟରେ ଗ୍ୟାସର ସମସ୍ୟା ଦେଖାଗଲେ ଅଦା ରାମବାଣ ଭଳି କାମ କରିଥାଏ। ଭୋଜନ କରିସାରିବା ପରେ ଅଦାର ଚା’ ପିଇବା ଫଳରେ ଗ୍ୟାସର ସମସ୍ୟା ବହୁମାତ୍ରାରେ କମିଯାଏ। ଏହାବ୍ୟତୀତ ଏପରି ଚା’ ଗଳାକୁ ଠିକ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

କାଶରୁ ଦିଏ ମୁକ୍ତି

ଏହାର ନିୟମିତ ସେବନ କରିବା ଫଳରେ ତାହା ଯେକୌଣସି ପ୍ରକାରର କାଶରୁ ମୁକ୍ତି ଦେଇଥାଏ। ଅଦା ରସରେ ମହୁ ମିଶାଇ ପିଇଲେ କାଶରୁ ଉପଶମ ମିଳିଥାଏ।

LEAVE A REPLY

Please enter your comment!
Please enter your name here