ଭୁବନେଶ୍ୱର (ଓଡ଼ିଶାଲାଇଭ୍ ବ୍ୟୁରୋ):

ଏହାକୁ କୁହାଯାଉଛି ନବୀନ ପଟ୍ଟନାୟକଙ୍କ ୧୭ ବର୍ଷ ରାଜନୀତିରେ ସବୁଠାରୁ ବଡ଼ ହଟଚମଟ। ଗତ ୩ ବର୍ଷ ଭିତରେ ଏହା ହେଉଛି ସବୁଠାରୁ ବଡ଼ ଧରଣର ଅଦଳବଦଳ। ଶୁକ୍ରବାର ସନ୍ଧ୍ୟାରେ ବାଚସ୍ପତି ନିରଞ୍ଜନ ପୂଜାରୀ ଇସ୍ତଫା ଦେବା ପରେ ଶନିବାର ଦିନତମାମ ମନ୍ତ୍ରୀଙ୍କର ଇସ୍ତଫା ପର୍ବ ଲାଗି ରହିଥିଲା। ନବୀନ ନିବାସରୁ ନିର୍ଦ୍ଦେଶ ପାଇ ଜଣକ ପରେ ଜଣେ ୯ ଜଣ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ଯୁବ ମନ୍ତ୍ରୀ ଓ ବରିଷ୍ଠ ମନ୍ତ୍ରୀ। ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟାରେ ଯେଉଁସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ସେମାନେ ହେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତିମନ୍ତ୍ରୀ ପ୍ରବଣ ପ୍ରକାଶ ଦାସ, ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପମନ୍ତ୍ରୀ ଯୋଗେନ୍ଦ୍ର ବେହେରା, କ୍ରୀଡ଼ା ଓ  ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ଆଦିବାସୀ କଲ୍ୟାଣମନ୍ତ୍ରୀ ଲାଲବିହାରୀ ହିମିରିକା।

Comment