ଓଡିଶାଲାଇଭ୍‌ ବ୍ୟୁରୋ

ପଂଚଦଶ ବିଧାନସଭାର ବାଚସ୍ପତି ଭାବେ ପ୍ରଦୀପ ଅମାତ  ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ ନିଜ ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ହେବା ପରେ ଏହି ଆସନ ଖାଲି ଥିଲା ।  ଶ୍ରୀ ଅମାତ ବାଚସ୍ପତି ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଶ୍ରୀ ଅମାତ ବିଧାନସଭାର ୨୦ତମ ବାଚସ୍ପତି ।

ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଦୀପ ଅମାତ ୪ ଥର ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରୀ ଅମାତ୍ ବିଧାୟକ ହୋଇଥିଲେ । ୨୦୦୪ରୁ ସେ କ୍ରମାଗତ ୩ ଥର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ନବୀନଙ୍କ ଦ୍ୱିତୀୟ ପାଳିର ଶେଷ ଭାଗରେ ଅର୍ଥାତ ୨୦୦୮ରୁ ୨୦୦୯ ପର୍ଯ୍ୟନ୍ତ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ରହିଥିଲେ । ତେବେ ବିଜେଡି ସରକାରର ତୃତୀୟ ପାଳିରେ ପ୍ରଦୀପ ଅମାତଙ୍କୁ ବାଚସ୍ପତି କରାଯାଇଥିଲା । ୫ ବର୍ଷ ସେ ଏହି ଦାୟିତ୍ୱରେ ରହିଥିଲେ । ୨୦୧୪ରେ ନବୀନ ସରକାରଙ୍କ  ମନ୍ତ୍ରିମଣ୍ଡଳକୁ ଫେରିଥିଲେ ଶ୍ରୀ ଅମାତ । ଏଥର ତାଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦାୟିତ୍ୱ ମିଳିଥିଲା । ପରେ ୨୦୧୬ରେ ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫା ପରେ ପ୍ରଦୀପ ଅମାତ ଅତିରିକ୍ତ ଭାବେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିଥଲେ ।

“ଗୃହର ପଦ ମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ।”

Comment