ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ବର୍ଷବ୍ୟାପୀ ପାଳନକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍‌‌ଘାଟନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।

ଆସନ୍ତା ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନଭବନରେ ଏହି ଉଦ୍‌ଘାଟନ ଉତ୍ସବ କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ଆୟୋଜନ ନେଇ ସବୁ ପ୍ରକାର ବନ୍ଦୋବସ୍ତ ହୋଇଛି। ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ ମସିହାରେ ବ୍ରିଟିଶ୍ ବିରୋଧରେ ଓଡ଼ିଆମାନେ ସଂଗଠିତ ସଶସ୍ତ୍ର ବିପ୍ଲବ କରିଥିଲେ ବୋଲି ସେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ବ୍ରିଟିଶ୍ ବିରୋଧୀ ଓଡ଼ିଆଙ୍କ ଏହି ସଂଘର୍ଷକୁ ଇତିହାସରେ ଏକ ମର୍ଯ୍ୟାଦାଜନକ ସ୍ଥାନ ଦେବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌‍ଲି ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସମୟରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ମହାସମାରୋହରେ ପାଳନ ପାଇଁ କେନ୍ଦ୍ରୀୟ ବଜେଟରେ ଅର୍ଥ ବ୍ୟୟବରାଦ ଘୋଷଣା କରିଥିଲେ।

ଏହି ଉତ୍ସବ ପାଳନ ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ କ୍ରିୟାନ୍ୱୟନ କମିଟି ଗଠନ ସରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଶ୍ଚନ୍ଦନ ଓ ସାହିତ୍ୟିକ ତଥା ଅବସରପ୍ରାପ୍ତ ପ୍ରଶାସକ ହରପ୍ରସାଦ ଦାସ ସଦସ୍ୟ ଅଛନ୍ତି। ପାଇକ ବିଦ୍ରୋହର ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ୧୮୧୭ ମସିହାର ଓଡ଼ିଆ ବୀରତ୍ୱର ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବ।

Comment