ଓଡ଼ିଶାଲାଇଭ୍‍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇଂରାଜୀ ମାଗାଜିନ୍ ଆଉଟଲୁକ୍ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଲାଗି ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଏହି ସମ୍ବର୍ଦ୍ଧନା ଦିଆଯିବ। ଏହା ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାମାନେ ଏହି ଶୋଭାଯାତ୍ରାର ଅଂଶଗ୍ରହଣ କରିବେ।  ରାଜ୍ୟର ବିଭିନ୍ନ ସ୍ଥାନରୁ ଦଳୀୟ କର୍ମୀଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ଏଥିରେ ଯୋଗଦେବେ।

ଏହି ସମ୍ମାନ ଓଡ଼ିଶାବାସୀଙ୍କ ପାଇଁ ସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସମ୍ମାନର ପ୍ରତି-ଉତ୍ତରରେ ସେ କହିଥିଲେ ଯେ ତାଙ୍କ ଶାସନକାଳରେ ଓଡ଼ିଶାରେ ୮ ନିୟୁତ ଲୋକ ଦାରିଦ୍ର୍ୟରୁ ଉଠିଛନ୍ତି। ଚାଷୀମାନଙ୍କର ଆୟ ଦଶ ବର୍ଷରେ ଦ୍ୱିଗଣିତ ହୋଇଛି। ୨୦୦୦ ମସିହାରେ ଚାଉଳ ଆମଦାନି କରୁଥିବା ବେଳେ ଚାଉଳ ଉତ୍ପାଦନରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ରହିଛିା

Tags: Naveen Patnaik, Chief Minister, English Magazine Outlook, Best Administrator, Pranab Mukherjee, BJD

Comment