ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡା କାତିକେଲାରେ ଥିବା ବେଦାନ୍ତ କମ୍ପାନୀକୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ୍।
ଆସପଣ୍ଡ ଭୁଶୁଡି ଶହଶହ ଏକର ଜଳମଗ୍ନ ହେବା ଘଟଣାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ନୋଟିସ ଜାରି କରିଛନ୍ତି। କାହିଁକି ଆସପଣ୍ଡ ଭୁଶୁଡିଲା ତାହାର କାରଣ ଦର୍ଶାଇବା ପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦୂଷଣ ବୋର୍ଡ କହିଛନ୍ତି। ଆସପଣ୍ଡ ଭୁଶୁଡିବା ଯୋଗୁ କାତିକେଲା ଅଞ୍ଚଳ ଚାଷୀଙ୍କର ବ୍ୟାପକ କ୍ଷତି ହୋଇଛି।
ଗତ ୨୮ ତାରିଖରେ ଏଭଳି ଘଟଣା ଘଟଣା ଘଟିଥିଲା। ବେଦାନ୍ତର ୨ ନମ୍ବର ପ୍ଲାଣ୍ଟ ଆସପଣ୍ଡ ଭୁଶୁଡି ପଡିବାରୁ ଚାଷଜମିରେ ପାଉଁଶ ପାଣି ମାଡି ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଥିଲେ। ଏପରିକି କ୍ଷତିପୂରଣ ଦାବିରେ କମ୍ପାନୀର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।
୨ ନମ୍ବର ଆସପଣ୍ଡ ପ୍ରାୟ ୮୦୦ ମିଟର ପର୍ଯ୍ୟନ୍ତ ଭୁଶୁଡି ପଡିଥିଲା।
ଲୋକଙ୍କ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କ୍ଷୟକ୍ଷତି ଆକଳନ କରିବାକୁ ରାଜସ୍ୱ ଏବଂ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଆସପଣ୍ଡ ଭୁଶୁଡିବା ଯୋଗୁ ଅଧିକାଂଶ ଲୋକଙ୍କ ଘରେ ପାଉଁଶ ପାଣି ପଶିଯିବା ସହ ଭେଡେନ୍ ନଦୀରେ ମଧ୍ୟ ଏହା ମିଶିଯାଇଥିଲା।
କାତିକେଲାର ଗ୍ରାମବାସୀ କହିଛନ୍ତି ଯେ ଜନବସତିଠାରୁ ୨୦୦ ମିଟରରେ ଦୂରରେ ଆସପଣ୍ଡ ରଖିବା ପାଇଁ ବେଦାନ୍ତ କର୍ତ୍ତୃପକ୍ଷ କହିଥିଲେ। ହଲେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଜନବସତିର ୧୦୦ ମିଟର ଦୂରରେ ଆସପଣ୍ଡ ଖୋଳାଯାଉଛି। ଏନେଇ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ କୌଣସି ସମାଧାନ କରାଯାଉନାହିଁ। ବର୍ତ୍ତମାନ ୨ ନମ୍ବର ଆସପଣ୍ଡ ଭୁଶୁଡି ଯାଇଛି। ୩ ନମ୍ବର ପ୍ଲାଣ୍ଟ ଆସପଣ୍ଡ ଅବସ୍ଥା ମଧ୍ୟ ଭଲ ନାହିଁ। ଏହା ମଧ୍ୟ କେତେବେଳେ ଭୁଶୁଡିଯିବ।

Tags: Odisha pollution board, Vedanta, ash pond breach, Odisha State Pollution Control Board, OSPCB, Vedanta Limited, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here